କେନ୍ଦୁଝର: କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଗଣ୍ଡିଯୋଡ଼ା ମୌଜାରେ ଘର ପେଟ୍ରୋଲ ପମ୍ପ ନିର୍ମାଣ କରିବା ପାଇଁ ଜଣେ ବ୍ୟକ୍ତି ନିକଟରେ ଥିବା ପୋଲର ମୁହଁକୁ ଅବରୋଧ କରିଥିବା ଅଭିଯୋଗ ହୋଇଛି। ସେଠାରେ ମାଟି ପକାଇଦେବା ଯୋଗୁଁ ଜଳ ନିଷ୍କାସନ ହୋଇପାରୁନି।ଗ୍ରାମର ଭରତ ଚନ୍ଦ୍ର ବେହେରାଙ୍କ ଘରେ ପାଣି ପଶିଛି। ପରିବାରର ୧୪ଜଣ ସଦସ୍ୟ ଜଳବନ୍ଦି ହୋଇ ରହୁଛନ୍ତି।
ଘରେ ରୋଷେଇ ବନ୍ଦ ହୋଇଯାଇଛି। ପରିବାର ଲୋକେ ଘରୁ ବାହାରି ପାରୁନାହାନ୍ତି। ଏ ସମ୍ପର୍କରେ ତହସିଲଦାର ଓ ରାଜସ୍ବ ନିରୀକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଏନେଇ ପରିବାର ଲୋକେ ଜିଲ୍ଲାପାଳଙ୍କୁ ଫେରାଦ ହୋଇଛନ୍ତି।
ତୁରନ୍ତ ଜଳ ନିଷ୍କାସନ ବ୍ୟବସ୍ଥା କରିବା ସହ ପେଟ୍ରୋଲ ପମ୍ପ ନିର୍ମାଣ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭରତ ଚନ୍ଦ୍ର ବେହେରା ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/WhatsApp-Image-2024-08-07-at-11.45.59-PM.jpeg)