ବର୍ଷାରେ ଭାଙ୍ଗିଲା ପସରା ବାଉଁଶପୋଲ, ବର୍ତ୍ତିଲେ ସ୍ଥାନୀୟ ବାସିନ୍ଦା

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲାରୁ କୁଆରମୁଣ୍ଡା ବ୍ଲକର ଅନେକ ପଞ୍ଚାୟତକୁ ସଂଯୋଗ କରୁଥିବା ବାଉଁଶ ପୋଲ ଭୁଶୁଡ଼ି ପଡ଼ିଛି । ଝାଡ଼ଖଣ୍ଡରେ ଊପର ମୁଣ୍ଡରେ ବର୍ଷା କାରଣରୁ ପ୍ରଖର ସ୍ରୋତ ଯୋଗୁଁ ପୋଲଟି ଭୁଶୁଡ଼ି ପଡ଼ିଥିଲା । ବାଉଁଶ ପୋଲ ପାରି ହେଉଥିବା ସ୍ଥାନୀୟ ଗ୍ରାମବାସୀମାନେ କିନ୍ତୁ କୌଣସି ଅଘଟଣରୁ ବର୍ତ୍ତି ଯାଇଛନ୍ତି l ତେବେ ଏହାଫଳରେ ଯାତାୟତ ପାଇଁ ସାଧାରଣ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି l

ଏହି ପୋଲ ଦେଇ ପ୍ରତ୍ୟେକ ଦିନ ଶହ ଶହ ଲୋକେ ଯାତାୟତ କରନ୍ତି । ଆଗରୁ ରିଓ ଘାଟରେ ସରକାର ବ୍ରିଜ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ । ହେଲେ ଏହି ନିଷ୍ପତ୍ତିକୁ ବଦଳାଇ ପସରା ଘାଟରେ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ଏ ପର୍ଯ୍ୟନ୍ତ ବ୍ରିଜ୍ ନିର୍ମାଣ ଆରମ୍ଭ ହୋଇନାହିଁ । ଫଳରେ ଏହି ବାଉଁଶ ପୋଲ ଥିଲା ଯାତାୟତର ପ୍ରମୁଖ ମାଧ୍ୟମ । ଅନ୍ୟପଟେ ପୋଲ ଭାଙ୍ଗିବା ପରେ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ତଥାପି ସ୍ଥାୟୀ ବ୍ରିଜ୍ କରିବାକୁ ସାଧାରଣରେ ଦାବି ହୋଇଛି ।

ସମ୍ବନ୍ଧିତ ଖବର