ଦୈତାରି: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ଦୈତାରି ସବଷ୍ଟେସନ ହଟିଂରେ ବିପଦସଂକୁଳ ଅବସ୍ଥାରେ ଥିବା ପୋଲ ଭାଙ୍ଗି ନୂତନ ପୋଲ ନିର୍ମାଣ କରାଯାଉଛି। ଯାତାୟାତ ପାଇଁ ବିକଳ୍ପ ରାସ୍ତା ନିର୍ମାଣ କରାଯାଇ ନଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସବଷ୍ଟେନ ହଟିଂ ପୋଲଟି ବହୁଦିନ ହେବ ଭଙ୍ଗାଦଦରା ହୋଇ ପଡ଼ିଥିଲା। ଭାରୀଯାନ ଚଳାଚଳ ଯୋଗୁଁ ପୋଲଟି ମଝିରୁ ଦବି ଯାଇଥିଲା। ନୂତନ ପୋଲ ନିର୍ମାଣ ପାଇଁ ସ୍ଥାନୀୟ ଲୋକେ ଦାବି କରିଆସୁଥିଲେ। ଏନେଇ ‘ସମ୍ବାଦ’ ପ୍ରକାଶ ପାଇବା ପରେ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ପୁରୁଣା ପୋଲଟିକୁ ସମ୍ପୂର୍ଣ୍ଣ ଭାଙ୍ଗି ଦିଆଯାଇଛି। ସହିବାସୀଙ୍କ ଯାତାୟାତ ପାଇଁ ରାସ୍ତା ନିର୍ମାଣ କରାଯାଇ ନଥିବାରୁ ଲୋକେ ପୋଲ କଡ଼ ଦେଇ ବହୁ କଷ୍ଟରେ ଯାତାୟାତ କରୁଛନ୍ତି। ପୋଲ ନିର୍ମାଣ ଶେଷ ହେବା ପର୍ଯ୍ୟନ୍ତ ଲୋକଙ୍କ ଯାତାୟାତ ପାଇଁ ବିକଳ୍ପ ରାସ୍ତା ନିର୍ମାଣ କରିବାକୁ ଦାବି ହେଉଛି।
ବିକଳ୍ପ ରାସ୍ତା ନକରି ପୋଲ ଭାଙ୍ଗିଦେଲେ
/sambad/media/post_attachments/wp-content/uploads/2024/05/WhatsApp-Image-2024-05-15-at-11.41.50-PM.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)