ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବର୍ଷା ଆଣିଛି ଦୁଃଖ।ଲଗାଣ ବର୍ଷାରେ ଜିଲ୍ଲାର ବହୁ ଘର ଭାଙ୍ଗିଯିବା ସହ ବ୍ରିଜଗୁଡିକ ମଧ୍ୟ ଧସିବା ସହ ପାଣିରେ ଭାସିଯାଇଥିବା ଦେଖିବାକୁ ମିଳିଛି। ସମସ୍ତ ପାହାଡ଼ିଆ ନଦୀରେ ପାଣି ବଢିବା ଯୋଗୁଁ ଗୋଟିଏ ଗାଁରୁ ଅନ୍ୟ ଗାଁକୁ ଯୋଗାଯୋଗ ବିଛିନ୍ନ ହୋଇଛି। ସେହିପରି କୁଡୁମୁଲୁଗୁମ୍ମା ଠାରୁ କୋତାମେଟା ଯାଉଥିବା ରାସ୍ତାର ସିନ୍ଦିଗୁଡା ନିକଟରେ ରହିଥିବା ତଳିଆ ବ୍ରିଜଟି ବର୍ଷା ପାଣିରେ ଭାସିଯାଇଛି।

Advertisment

publive-image

ଦୀର୍ଘ ଦିନ ହେଲା ଏହି ବ୍ରିଜ ନିକଟରେ ଏକ ନୂତନ ବ୍ରିଜ ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ସରିବାର ନାମ ନେଉ ନାହିଁ। ବାରମ୍ବାର ଗ୍ରାମବାସୀ ଏବଂ ଅଂଚଳବାସୀ ନୂତନ ବ୍ରିଜର କାମ ସାରିବାକୁ ସଂପୃକ୍ତ ଠିକାଦାର ଏବଂ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଉଥିଲେ ମଧ୍ୟ କେବଳ ପ୍ରତିଶ୍ରୁତି ଦେଇ ପୁଣି ଭୁଲିଯାଉଥିବା ଲୋକେ କହିଛନ୍ତି। ଏବେ କୁଡୁମୁଲୁଗୁମ୍ମା ଠାରୁ କୋତାମେଟା ଯୋଗାଯୋଗ ବିଛିନ୍ନ ହେବା ପରେ ପ୍ରାୟ ପଚାଶରୁ ଅଧିକା କିଲୋମିଟର ଦେଇ ଯିବାକୁ ପଡିବ ବୋଲି ଜଣାପଡିଛି।ଜିଲ୍ଲାର ବହୁ ସ୍ଥାନରେ ଏଭଳି ତଳିଆ ବ୍ରିଜ ଗୁଡିକର ଅବସ୍ଥା ଭଲ ନଥିବା ବେଳେ ସେଗୁଡିକର ଅବସ୍ଥା କିପରି ଅଛି ତାହା ଖବର ମିଳିପାରୁ ନାହିଁ। ଲଗାଣ ବର୍ଷା ଜାରି ରହିଛି।ବର୍ଷା କମିବା ପରେ ଜିଲ୍ଲା ପ୍ରଶାସନ ତରଫରୁ ଏସବୁର ଆକଳନ କରାଯିବ ବୋଲି କୁହାଯାଇଛି।