ଟିକାନେଲେ ବି ସଂକ୍ରମଣ ହେବ, କିନ୍ତୁ ଗୁରୁତର ହେବ ନାହିଁ : ଡ.ଜୟନ୍ତ ପଣ୍ଡା

ଭୁବନେଶ୍ବର : ଟିକା ନେଲେ ବି ସଂକ୍ରମଣ ହେବ । କିନ୍ତୁ ଏହା ସାଧାରଣ ସଂକ୍ରମଣ ହେବ ଓ ସଂକ୍ରମିତ ବ୍ୟକ୍ତିମାନେ ଗୁରୁତର ହେବାର ସମ୍ଭାବନା କମ  ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ କୋଭିଡ୍ ସଂପର୍କିତ ବୈଷୟିକ ପରାମର୍ଶଦାତା ଡ.ଜୟନ୍ତ ପଣ୍ଡା ।

ଆଜି ୨ୟ ଲହର ନେଇ ରାଜ୍ୟସରକାରଙ୍କ ପକ୍ଷରୁ ଆୟୋଜିତ ଏକ ଟେଲିଭିଜନ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି ଯେ ଗତ ବର୍ଷ ତୁଳନାରେ ୨ୟ ଲହର ଅଧିକ ସଂକ୍ରାମକ ରହିଛି । ପ୍ରଥମ ଲହର ତୁଳନାରେ ୨ୟ ଲହରରେ ସଂକ୍ରମଣ ସଂଖ୍ୟା ଅତ୍ୟଧିକ ରହିଛି  । ସବୁ ବର୍ଗର ଲୋକଙ୍କୁ ଏହି ଷ୍ଟ୍ରେନ ସଂକ୍ରମିତ କରୁଛି । ଯୁବବର୍ଗ ଓ ଶିଶୁମାନଙ୍କୁ ମଧ୍ୟ ଏହା ସଂକ୍ରମିତ କରୁଛି । ତେବେ ଆଶ୍ବସ୍ତିର କଥା ହେଉଛି ମୃତ୍ୟୁ ହାର ଏପର୍ଯ୍ୟନ୍ତ ସୁଦ୍ଧା କମ ରହିଛି ।

ସେ କହିଛନ୍ତି ଯେ ଏହି ମ୍ୟୁଟାଣ୍ଟ ଷ୍ଟ୍ରେନ ବାୟୁମଣ୍ଡଳରେ ଅଧିକ ସମୟ ରହୁଛି । ଏଣୁ କାର ଭିତରେ, ଥିଲେ ବା ଘରେ ଥିଲେ ବି ମାସ୍କ ପିନ୍ଧନ୍ତୁ । ଯେଉଁମାନେ କପଡ଼ା ମାସ୍କ ପିନ୍ଧୁଛନ୍ତି ସେମାନେ ଡବଲ ମାସ୍କ ପିନ୍ଧନ୍ତୁ । ସେହିପରି କରୋନା ସଂକ୍ରମିତ ହେବାର ଲକ୍ଷଣ ଦେଖାଦେଲେ ନିଜକୁ ଘରେ ସଂଗରୋଧ କରିବା ଓ ଘର ଲୋକଙ୍କୁ ଯେପରି ସଂକ୍ରମଣ ନ ବ୍ୟାପେ ସେଥିପ୍ରତି ଧ୍ୟାନ ରଖିବା ଉଚିତ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର