ଭୁବନେଶ୍ୱର: ଆଜି ପଞ୍ଚମ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହ ଶପଥ ଗ୍ରହଣ କରିଛନ୍ତି ୨୦ ଜଣିଆ ମନ୍ତ୍ରିମଣ୍ଡଳ। ଏହି ମନ୍ତ୍ରିମଣ୍ଡଳରେ ୧୧ ଜଣ କ୍ୟାବିନେଟ ପାହ୍ୟାର ମନ୍ତ୍ରୀ ଥିବା ବେଳେ ୯ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପ୍ରଦାନ କରାଯାଇଛି। ନିମ୍ନରେ ପ୍ରଦାନ କରାଗଲା ୧୧ କ୍ୟାବିନେଟ୍ ମନ୍ତ୍ରୀଙ୍କ ସଂପର୍କରେ ସଂକ୍ଷିପ୍ତ ସୂଚନା ।
/sambad/media/post_attachments/wp-content/uploads/2019/05/Naveens-New-Cabinate_Infographics_1.jpg)
ପ୍ରଫୁଲ୍ଲ ମଲ୍ଲିକ: ଗତଥର ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ଇସ୍ପାତ ଓ ଖଣି ମନ୍ତ୍ରୀ ଥିଲେ। କାମାକ୍ଷାନଗର ବିଧାନସଭା ଆସନରୁ ଏଥର ଚତୁର୍ଥ ଥର ପାଇଁ ନିର୍ବାଚିତ ହୋଇଛନ୍ତି।
/sambad/media/post_attachments/wp-content/uploads/2019/05/Naveens-New-Cabinate_Infographics_2.jpg)
ବିକ୍ରମ କେଶରୀ ଆରୁଖ: ଗତଥର ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ଗ୍ରାମ୍ୟ ଉନ୍ନୟନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଥିଲେ। ଭଂଜନଗର ବିଧାନସଭା ଆସନରୁ ଳଗାତର ଷଷ୍ଠଥର ପାଇଁ ନିର୍ବାଚିତ ହୋଇଥିବା ଶ୍ରୀ ଆରୁଖ ବିଭିନ୍ନ ସମୟରେ ଗ୍ରାମ୍ୟ ଉନ୍ନୟନ, ଜଙ୍ଗଲ ଓ ପରିବେଶ,ସୂଚନା ଓ ଲୋକ ସଂପର୍କ ଏବଂ ସଂସଦୀୟ ବ୍ୟାପାର ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଦାୟିତ୍ୱ ତୁଲାଇଛନ୍ତି।
/sambad/media/post_attachments/wp-content/uploads/2019/05/Naveens-New-Cabinate_Infographics_3.jpg)
ନିରଞ୍ଜନ ପୂଜାରୀ: ଗତ ଥର ନବୀନ ପଟ୍ଟନାୟକ ମନ୍ତ୍ରିମଣ୍ଡଳରେ ଜଳସଂପଦ ଓ ନଗର ଉନ୍ନୟନ ମନ୍ତ୍ରୀ ଥିଲେ। ସୋନପୁର ଓ ବିନିକା ବିଧାନସଭା ଆସନରୁ ଚାରି ଥର ନିର୍ବାଚିତ ହୋଇଥିବା ଶ୍ରୀ ପୂଜାରୀ ପୂର୍ବରୁ ଖାଦ୍ୟ, ଯୋଗାଣ ଏବଂ ଅବକାରୀ ବିଭାଗ ମନ୍ତ୍ରୀ ଥିଲେ। ସେ ମଧ୍ୟ ରାଜ୍ୟ ବିଧାନସଭାର ବାଚସ୍ପତି ଦାୟିତ୍ୱ ତୁଲାଇଥିଲେ।
/sambad/media/post_attachments/wp-content/uploads/2019/05/Naveens-New-Cabinate_Infographics_4.jpg)
ଟୁକୁନି ସାହୁ: ପ୍ରଥମ ଥର ପାଇଁ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି ଟୁକୁନି ସାହୁ। ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ବିଧାନସଭା ଆସନରୁ ସେ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇଛନ୍ତି। ଶ୍ରୀମତୀ ସାହୁ ତାଙ୍କର ସ୍ୱାମୀ ଅଭିମନ୍ୟୁ ସାହୁଙ୍କ ମୃତ୍ୟୁ ପରେ ରାଜନୀତିରେ ପ୍ରବେଶ କରି ୨୦୧୪ ନିର୍ବାଚନ ଜିତିଥିଲେ।
/sambad/media/post_attachments/wp-content/uploads/2019/05/Naveens-New-Cabinate_Infographics_5.jpg)
ରଣେନ୍ଦ୍ର ପ୍ରତାପ ସ୍ୱାଇଁ: ଷଷ୍ଠ ଥର ପାଇଁ କଟକ ଜିଲ୍ଲା ଆଠଗଡ଼ ବିଧାନସଭା ଆସନରୁ ଜିତିଥିବା ଶ୍ରୀ ସ୍ୱାଇଁ ପୂର୍ବରୁ ମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ। ସେ କ୍ରୀଡ଼ା, ଯୁବ ବ୍ୟାପାର ଏବଂ ଗୃହ ନିର୍ମାଣ ପ୍ରଭୃତି ବିଭାଗର ଦାୟିତ୍ୱ ସମ୍ଭାଳିଥିଲେ।
/sambad/media/post_attachments/wp-content/uploads/2019/05/Naveens-New-Cabinate_Infographics_6.jpg)
ଅରୁଣ କୁମାର ସାହୁ: ଛାତ୍ର ନେତାରୁ ବିଧାୟକ ହୋଇଥିବା ଶ୍ରୀ ସାହୁ ପୂର୍ବରୁ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ପଞ୍ଚାୟତ ରାଜ, ଆଇନ, ସୂଚନା ଓ ଲୋକସଂପର୍କ,ଶକ୍ତି ବିଭାଗ ଦାୟିତ୍ୱରେ ଥିଲେ। ନୟାଗଡ଼ ବିଧାନସଭାରୁ ଚାରିଥର ଜିତିଥିବା ଅରୁଣ ସାହୁ ପୂର୍ବରୁ ବିଜୁ ଜନତା ଦଳର ମୁଖ୍ୟ ସଚେତକ ଓ ଉପ-ମୁଖ୍ୟସଚେତକ ମଧ୍ୟହୋଇଛନ୍ତି।
/sambad/media/post_attachments/wp-content/uploads/2019/05/Naveens-New-Cabinate_Infographics_7.jpg)
ପ୍ରତାପ ଜେନା: ନବୀନ ପଟ୍ଟନାୟକଙ୍କ ପୂର୍ବ ମନ୍ତ୍ରିମଣ୍ଡଳରେ ସେ ସ୍ୱାସ୍ଥ୍ୟ,ଆଇନ,ସୂଚନା ଏବଂ ଲୋକସଂପର୍କ ବିଭାଗର ମନ୍ତ୍ରୀ ଥିଲେ। ତା’ପୂର୍ବରୁ ମଧ୍ୟ ସେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ହୋଇଥିଲେ। ମାହାଙ୍ଗା ବିଧାନସଭା ଆସନରୁ ସେ ବିଧାନସଭାକୁ ତିନିଥର ନିର୍ବାଚିତ ହୋଇଛନ୍ତି।
/sambad/media/post_attachments/wp-content/uploads/2019/05/Naveens-New-Cabinate_Infographics_8.jpg)
ସୁଦାମ ମାରାଣ୍ଡି: ଜଣେ ଟାଣୁଆ ଆଦିବାସୀ ନେତା ଶ୍ରୀ ମାରାଣ୍ଡି ପୂର୍ବରୁ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ କ୍ରୀଡ଼ା ମନ୍ତ୍ରୀ ଥିଲେ। ଏହା ପୂର୍ବରୁ ସେ ଛାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ରାଜ୍ୟ ସଭାପତି ଏବଂ ସାଂସଦ ଥିଲେ। ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଓ ବିଜୁ ଜନତା ଦଳର ବିଧାୟକ ରୂପେ ସେ ଦୁଇ ଦୁଇ ଥର ଲେଖାଏଁ ନିର୍ବାଚିତ ହୋଇଛନ୍ତି।
/sambad/media/post_attachments/wp-content/uploads/2019/05/Naveens-New-Cabinate_Infographics_9.jpg)
ପଦ୍ମନାଭ ବେହେରା: ବିଜୁ ପଟ୍ଟନାୟକଙ୍କ ଅମଳରୁ ରାଜନୀତି ଆରମ୍ଭ କରିଥିବା ଶ୍ରୀ ବେହେରା ବିଧାୟକ, ସାଂସଦ ଓ ମନ୍ତ୍ରୀ ହୋଇଥିଲେ। ପ୍ରଥମେ ଫୁଲବାଣୀ ବିଧାନସଭା ଆସନରୁ ଏବଂ ପରେ ପରେ ବୀରମହାରାଜପୁର ବିଧାନସଭା ଆସନରୁ ସେ ଦୁଇଥର ଲେଖାଏଁ ନିର୍ବାଚିତ ହୋଇଛନ୍ତି। ବିଜୁପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ସେ ମହିଳା ଓ ଶିଶୁ ବିଭାଗ ଦାୟିତ୍ୱ ତୁଲାଇଥିବା ବେଳେ ନବୀନ ପଟ୍ଟନାୟକଙ୍କ ସରକାରରେ ଖଣିମନ୍ତ୍ରୀ ଥିଲେ। କିଛି ସମୟ ପାଇଁ ତାଙ୍କର ପତ୍ନୀ ବିଷ୍ଣୁପ୍ରିୟା ବେହେରା ମଧ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ହୋଇଥିଲେ।
/sambad/media/post_attachments/wp-content/uploads/2019/05/Naveens-New-Cabinate_Infographics_10.jpg)
ସୁଶାନ୍ତ ସିଂହ: ଗତ ମନ୍ତ୍ରିମଣ୍ଡଳରେ ଶ୍ରୀ ସିଂହ ଶକ୍ତି ଓ ଶ୍ରମ ମନ୍ତ୍ରୀ ଥିଲେ। ସେ ମଧ୍ୟ ବିଜେଡ଼ି କୃଷକ ସେଲ୍ର ସଭାପତି ଥିଲେ। ବରଗଡ଼ ଜିଲ୍ଲାର ଭଟଲି ବିଧାନସଭା ଆସନରୁ ସେ ତିନିଥର ନିର୍ବାଚିତ ହୋଇଛନ୍ତି।
/sambad/media/post_attachments/wp-content/uploads/2019/05/Naveens-New-Cabinate_Infographics_11.jpg)
ନବକିଶୋର ଦାସ: ଶ୍ରୀ ଦାସ ପ୍ରଥମଥର ମନ୍ତ୍ରୀ,ତାହା ପୁଣି କ୍ୟାବିନେଟ ମନ୍ତ୍ରୀ ହୋଇଛନ୍ତି। ୨୦୦୯ ରୁ ଦୁଇଥର କଂଗ୍ରେସ ବିଧାୟକ ଭାବେ ସେ ଝାରସୁଗୁଡାରୁ ନିର୍ବାଚିତ ହୋଇଥିଲେ। କଂଗ୍ରେସରୁ ବିଜୁ ଜନତା ଦଳକୁ ଆସି ସେ ଏଥର ବିଜେଡି ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/Naveens-Cabinate-Team_Thumbnail.jpg)