ଭୁବନେଶ୍ବର : ଶହ ଶହ କୋଟି ଟଙ୍କାର ଦୁର୍ନୀତି କରି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଅତିରିକ୍ତ ପିସିସିଏଫ୍ ଅଧିକାରୀ। ଏ ରାଜ୍ୟର ସମ୍ପତ୍ତିକୁ ଦୁର୍ନୀତିଖୋର ଅଧିକାରୀମାନେ ଲୁଟ କରିଚାଲିଛନ୍ତି। ଗିରଫ ହୋଇଥିବା ଆଇଏଏଫ୍ଏସ୍ ଅଧିକାରୀଙ୍କ ସହ ବିଜେଡିର ଜଣେ ବିଧାୟକ ଯିଏ କି ପୂର୍ବତନ ମନ୍ତ୍ରୀ ତାଙ୍କର ଦୀର୍ଘଦିନରୁ ସମ୍ପର୍କ ରହିଛି। ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଥିଲେ, ଜଙ୍ଗଲ ବିଭାଗରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି। ଏହି ଦୁର୍ନୀତିଗ୍ରସ୍ତ ଅଧିକାରୀ ତ ଭିଜିଲାନ୍ସ୍ ହାତରେ ଧରାପଡ଼ିଛନ୍ତି। ସେହି ଅଧିକାରୀଙ୍କ ପୁଅ ସହ ଝିଅର ବାହାଘର କରିବାକୁ ସମ୍ପୃକ୍ତ ବିଧାୟକ ଯୋଜନା କରିଥିଲେ। ଏପରି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ସହ ସମ୍ପୃକ୍ତିରେ ଥିବା ବିଧାୟକଙ୍କୁ ଭିଜିଲାନ୍ସ ତଦନ୍ତ ପରିସରଭୁକ୍ତ କରିବାକୁ ଶ୍ରୀ ବାହିନୀପତି ଦାବି କରିଥିଲେ।
ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ସହ ସଂଶ୍ଲିଷ୍ଠ ବିଧାୟକଙ୍କୁ ତଦନ୍ତ ପରିସରକୁ ଆଣ: ତାରା
/sambad/media/post_attachments/wp-content/uploads/2020/07/tara-prasad.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)