ରାମଚନ୍ଦ୍ରପୁର : ଘସିପୁରା ବ୍ଲକ୍‌ ଗଁପୁର ପଞ୍ଚାୟତ ବରାଙ୍ଗର ମା’ ମହାପାଟ ସ୍ବଂୟ ସହାୟକ ଗୋଷ୍ଠୀର ମହିଳାମାନେ ବାଇଗଣ ଚାଷ କରି ଭଲ ରୋଜଗାର କରୁଛନ୍ତି। ଉଦ୍ୟାନ ବିଭାଗରୁ ଉନ୍ନତ କିସମର ବାଇଗଣ ଚାରା ଆଣି ମହିଳାମାନେ ନିଜ ଉଦ୍ୟମରେ  ଘର ଅଗଣାରେ ଚାଷ ଆରମ୍ଭ କରିଥିଲେ। ଭଲ ଅମଳ ହୋଇଥିଲା। କାର୍ତ୍ତିକ ମାସରେ ପରିବା ଦର ଆକାଶଛୁଆଁ ଥିବାରୁ ବାଇଗଣ କେଜି ପ୍ରତି ୫୦ଟଙ୍କାରେ ବିକ୍ରି ହୋଇଥିଲା।

Advertisment

ସ୍ବଳ୍ପ ଖର୍ଚ୍ଚ ଏବଂ କମ୍ ପରିଶ୍ରମରେ ପ୍ରତି ବାଡ଼ିରୁ ଦେଢ଼ରୁ ଦୁଇ କୁଇଣ୍ଟାଲ ପର୍ଯ୍ୟନ୍ତ ବାଇଗଣ ଅମଳ ହୋଇଥିଲା। ଏହାକୁ ବିକ୍ରି କରି ଭଲ ଦୁଇପଇସା ରୋଜଗାର କରିଥିବାରୁ ସଂଘର ସଭାପତି ଶାନ୍ତିଲତା ମହାନ୍ତ, ସମ୍ପାଦିକା ରଜନୀ ବାରିକ, ସଦସ୍ୟା ମଞ୍ଜୁ ବାରିକ, ସଖୀ ମହାନ୍ତ, ପଦ୍ମିନୀ ମହାନ୍ତ, କୁନି ମହାନ୍ତ, ପଦ୍ମାବତୀ ପାତ୍ର, ନୀଳାବତି ଜେନା, ପୂଜାରାଣୀ ମହାନ୍ତ, ସୀତା ବାରିକ, ଅଖଜି ପାତ୍ର ଖୁସିବ୍ୟକ୍ତ କରିଛନ୍ତି। ସରକାରୀ ସ୍ତରରେ ପରିବା ଚାଷ ପାଇଁ ପ୍ରୋତ୍ସାହନ ମିଳିଲେ ସେମାନେ ଚାଷ କରି ଆହୁରି ଅଧିକ ଲାଭବାନ ହୋଇପାରିବେ ବୋଲି କହିଛନ୍ତି।