ସଂସ୍କୃତି ସଚିବଙ୍କୁ ଭେଟିଲେ ବ୍ରିଟିସ୍ ଡେପୁଟି ହାଇକମିସନର୍‌

ଭୁବନେଶ୍ବର : ଭାରତ‌େର ଅବସ୍ଥାପିତ ବ୍ରିଟିସ୍ ଡେପୁଟି ହାଇକମିସନର୍‌ ବ୍ରୁସ୍ ବକ୍‌ନେଲ୍‌ ଆଜି ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଭୁବନେଶ୍ବରସ୍ଥିତ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ କାର୍ଯ୍ୟ କରୁଥିବା ବ୍ରିଟିସ୍ ସୂଚନା କେନ୍ଦ୍ରର କାର୍ଯ୍ୟାବଳୀ ତଥା ଉନ୍ନତୀକରଣ ସମ୍ପର୍କରେ ଶ୍ରୀ ବକ୍‌ନେଲ୍‌ ଆଲୋଚନା କରିଥିଲେ। ଏହି ସୂଚନା କେନ୍ଦ୍ର ବ୍ରିଟେନ୍‌ରେ ଉଚ୍ଚଶିକ୍ଷା, ବୃତ୍ତିଗତ ତାଲିମ ଓ ସାଂସ୍କୃତିକ ବିନିମୟ ଉପରେ କାର୍ଯ୍ୟ କରୁଛି ଏବଂ ଏହାକୁ ଅଧିକ କ୍ରିୟାଶୀଳ କରାଯିବା ନେଇ ଗୁରୁତ୍ବାରୋପ କରାଯାଇଥିଲା। ଏହି ଅବସରରେ ଶ୍ରୀ ପାଣିଗ୍ରାହୀ ତାଙ୍କୁ ଓଡ଼ିଶା ଓ ରଥଯାତ୍ରା ସମ୍ପର୍କିତ କିଛି ତଥ୍ୟ ସମ୍ବଳିତ ପୁସ୍ତକ ଉପହାର ଦେଇଥିଲେ। ସାକ୍ଷାତ ସମୟ‌େର ଓଡ଼ିଶା ନୌବାଣିଜ୍ୟ ଓ ଦକ୍ଷିଣ-ପୂର୍ବ ଏସୀୟ ଗବେଷଣା ପ୍ରତିଷ୍ଠାନର ସଚିବ ସୁନୀଲ ପଟ୍ଟନାୟକ ଓ ସୂଚନା ଅଧିକାରୀ ସ୍ବର୍ଣ୍ଣମୟୀ ଶତପଥୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର