ଭୁବନେଶ୍ବ, : ଆଜି କୋଲକାତାରେ ସ୍ଥାପିତ ବ୍ରିଟିସ ଡେପୁଟି ହାଇକମିସନର ନିକ୍ ଲୋ ‘ସମ୍ବାଦ ଭବନ’ରେ ‘ସମ୍ବାଦ’ର ସଂପାଦକ ସୌମ୍ୟ ରଂଜନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ସେହି ଅବସରରେ ଉଭୟଙ୍କ ଭିତରେ ପରିବେଶ, ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ପରିବେଶକୁ ସୁରକ୍ଷା ଦେବାଲାଗି ବିଜ୍ଞାନ ଓ ଆଧୁନିକ କାରିଗରୀ କୌଶଳକୁ ଆହୁରି ଅଧିକ ଉପଯୋଗ କରା ଯାଇପାରେ ବୋଲି ଉଭୟ ଏକମତ ହୋଇଥିଲେ। ଏ ପ୍ରସଙ୍ଗରେ ଲପଲବ୍ଧ ଥିବା ଉପାୟଗୁଡ଼ିକ ସଂପର୍କରେ ବିସ୍ତୃତ ଚର୍ଚ୍ଚା ହୋଇଥିଲା। ଭାରତ ଓ ବ୍ରିଟେନ ମଧ୍ୟରେ ଥିବା ସଂପର୍କ ବିଶ୍ବ ପାଇଁ କାହିଁକି ଗୁରୁତ୍ବପୂର୍ଣ୍ଣ ତାହା ଆଲୋଚନାରେ ବିଶେଷ ରୂପେ ସ୍ଥାନ ପାଇଥିଲା।
ଭାରତରେ, ବିଶେଷ କରି ଓଡ଼ିଶାରେ ବିଟ୍ରିସ ସରକାରଙ୍କ ଦ୍ବାରା ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଡେପୁଟି ହାଇକମିସନର ଶ୍ରୀ ଲୋ କହିଥିଲେ। ଭାରତୀୟ ବଂଶୋଦ୍ଭବ ଋଷି ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବାପରେ ଭାରତ ପ୍ରତି ବିଟ୍ରେନବାସୀଙ୍କରର ଦୃଷ୍ଟିଭଙ୍ଗୀରେ କେଉଁ ପରିବର୍ତ୍ତନ ଆସିଛି ଏବଂ ତାହା ଭାରତ-ବ୍ରିଟେନ ଦ୍ବିପାକ୍ଷିକ ସଂପର୍କକୁ କିଭଳି ପ୍ରଭାବିତ କରିଛି, ସେ ସଂପର୍କରେ ସଂପାଦକ ଶ୍ରୀ ପଟ୍ଟନାୟକ ପଚାରି ବୁଝିଥିଲେ। ଆଜି ଶ୍ରୀ ଲୋ’ଙ୍କ ସହିତ ତାଙ୍କର ରାଜନୈତିକ ଓ ଅର୍ଥନୈତିକ ପରାମର୍ଶଦାତା ଅଜିତା ମେନନ୍ ତଥା ସହକାରୀ କମ୍ୟୁନିକେସନ ଅଧିକାରୀ ସ୍ବର୍ଣ୍ଣମୟୀ ଶତପଥୀ ମଧ୍ୟ ‘ସମ୍ବାଦ ଭବନ’କୁ ଆସିଥିଲେ।