ବ୍ରହ୍ମପୁର : ବିଆର୍ଏମ୍ସିଏସ୍ ମହାଦୁର୍ନୀତିର ସ୍ବତନ୍ତ୍ର ଅଡିଟ୍ ହେବ। ସମବାୟ ଅଡିଟ୍ ନିର୍ଦ୍ଦେଶାଳୟ ପକ୍ଷରୁ ଏ ସଂକ୍ରାନ୍ତରେ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୧୪-୧୫ ଠାରୁ ୨୦୧୯-୨୦ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଅବଧିର ସ୍ବତନ୍ତ୍ର ଅଡିଟ୍ ହେବ। ଏଥିସହ ବିଆର୍ଏମ୍ସିଏସ୍ର ଜମି ଓ ଗୋଦମ୍ ଲିଜ୍ରେ ହୋଇଥିବା ଅନିୟମିତତାର ସ୍ବତନ୍ତ୍ର ଅଡିଟ୍ ହେବ। କଟକ-୨ ଅଡ଼ିଟ୍ ସର୍କଲ ଆସିଷ୍ଟାଣ୍ଟ୍ ଏଜିସିଏସ୍ ବିଭୁରଞ୍ଜନ ପାଢ଼ୀ ଏବଂ ଆସିଷ୍ଟାଣ୍ଟ୍ ଏଜିସିଏସ୍ ଫୁଲବାଣୀ କେ. ରାଧାକୃଷ୍ଣ ଆଚାରୀ ଏହି ଅଡିଟ୍ କରିବେ। ୧୫ଦିନ ମଧ୍ୟରେ ଅଡିଟ୍ ଶେଷ କରି ରିପୋର୍ଟ ଦେବା ଲାଗି ବିଜ୍ଞପ୍ତିରେ କୁହାଯାଇଛି।
ଅନ୍ୟପକ୍ଷରେ ବିଆର୍ଏମ୍ସିଏସ୍ର ଜମି ଓ ଗୋଦାମ ଲିଜ୍ ବାବଦକୁ ମିଳିଥିବା ୨୮ଲକ୍ଷ ଟଙ୍କା ଅମାନତ ରାଶି ହଡ଼ପ ହୋଇଥିବା ତଦନ୍ତରୁ ଜଣା ପଡ଼ିଥିଲା। ଏ ସଂକ୍ରାନ୍ତରେ ବ୍ରହ୍ମପୁର ଏଆରସିଏସ୍ ଅକ୍ଟୋବର ୧୮ତାରିଖରେ ଗୋଷାଣୀ ନୂଆଗାଁରେ ଥାନାରେ ଏତଲା ଦେଇଥିଲେ। ଏତଲାରେ ତଥ୍ୟଗତ ଅସଙ୍ଗତି ରହିଥିବା ଦର୍ଶାଇ ପୁଲିସ ମାମଲା ରୁଜୁ କରି ନ ଥିଲା। ଗତକାଲି ବ୍ରହ୍ମପୁର ଏଆରସିଏସ୍ ଶିବ ପ୍ରସାଦ ସ୍ବାଇଁ ଗୋଷାଣୀ ନୂଆଗାଁ ଥାନାରେ ସାନି ଏତଲା ଦାଏର କରିବା ପରେ ପୁଲିସ ୧୬୦/୨୦୨୦ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ଦୁର୍ନୀତି ପଛରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜଣେ ଅନୁଗତଙ୍କ ସଂପୃକ୍ତି ରହିଥିବା ଚର୍ଚ୍ଚା ଧରିଛି।
ସୂଚନାଯୋଗ୍ୟ, ବ୍ରହ୍ମପୁର ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତି ଲିଃ (ବିଆର୍ଏମ୍ସିଏସ୍) ଜିଲ୍ଲାର ଏକ କେନ୍ଦ୍ରୀୟ ସମବାୟ ସମିତି। ଏହି ସମବାୟ ସ˚ସ୍ଥା ଜିଲ୍ଲାର ୯ଟି ବ୍ଲକ୍ର ପ୍ୟାକ୍ସଙ୍କୁ ସାର, କୀଟନାଶକ ଓ ବିଭିନ୍ନ କୃଷି ସାମଗ୍ରୀ ଆଦି ଯୋଗାଉଥିଲା। କିନ୍ତୁ ୨୦୧୩-୧୪ ପର ଠାରୁ ଏହି ସ˚ସ୍ଥା ସ୍ଥାଣୁ ପାଲଟିଛି। ଆର୍ଥିକ ଅନିୟମିତତା, ବେଆଇନ ଜମି ଲିଜ୍ ଓ ନିଯୁକ୍ତି ଅନିୟମିତତାରେ ଛନ୍ଦି ହୋଇ ରହିଛି ଏହି ସ˚ସ୍ଥା। ସ˚ସ୍ଥାର କୋଟି କୋଟି ଟଙ୍କାର ଜମିକୁ ବେଆଇନ ଭାବେ ଏବ˚ ଶାଗମାଛ ଦରରେ ଲିଜ୍ ଦିଆଯାଇଛି। ୬ ଜଣଙ୍କୁ ବେଆଇନ୍ ଭାବେ ନିଯୁକ୍ତି ଦିଆଯାଇଛି। ଏ ସଂକ୍ରାନ୍ତରେ କେବଳ ‘ସମ୍ବାଦ’ରେ ବାରମ୍ବାର ଅନୁସନ୍ଧାନ ମୂଳକ ଖବର ପ୍ରକାଶ ପରେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/berhmapur-1.jpg)