ଷ୍ଟାର୍ କିରଣ’ରେ ‘ବନସ୍ତେ ଡାକିଲା ଗଜ’ର ପ୍ରସାରଣ ଆଜି

ଭୁବନେଶ୍ବର : ଓଡ଼ିଆ ମନୋରଞ୍ଜନ ଚ୍ୟାନେଲ୍ ‘ଷ୍ଟାର୍ କିରଣ’ ଦର୍ଶକମାନଙ୍କ ପାଇଁ ଓଡ଼ିଶାର ଗଣପର୍ବ ରଜ ସଂକ୍ରାନ୍ତି ଉପଲକ୍ଷେ ପ୍ରସ୍ତୁତ କରିଛି ‘ବନସ୍ତେ ଡାକିଲା ଗଜ’।

ସେଲିବ୍ରିଟିମାନଙ୍କୁ ନେଇ ୪ଟି ଗ୍ରୁପ୍‌ କରାଯାଇଛି ଓ ପ୍ରତ୍ୟେକ ଗ୍ରୁପ ନିଜ କ୍ୟାପ୍‌ଟେନ୍‌ଙ୍କ ମନୋନୀତ ଯୋଡ଼ିରେ ନୃତ୍ୟ ପରିବେଷଣ କରିଛନ୍ତି। ଏହା ସହିତ ପ୍ରତ୍ୟେକ ଗ୍ରୁପ୍‌କୁ କବାଡ଼ି ସହ ମ୍ୟୁଜିକ୍ ଚେୟାର, ରୋଷେଇ କରିବା ଓ ମେକ୍‌ଓଭର ପରି ତିନୋଟି ଗେମରେ ଭାଗନେବାକୁ ପଡ଼ିଛି। ସେଲିବ୍ରିଟି ଗାୟକ ଓ କମେଡ଼ିଆନ୍ ମାନେ ମଧ୍ୟ ଏହି ଅବସରରେ ନିଜର ପ୍ରତିଭା ଦେଖାଇଛନ୍ତି। ଏଥିରେ ପ୍ରକୃତି ମିଶ୍ର, ଲିପ୍ସା ମିଶ୍ର, ସମ୍ବିତ ଆଚାର୍ଯ୍ୟ, ତାରିକ୍ ଅଜିଜ୍, ଭୂମିକା ଦାଶ, ଲିପ୍ସା ମହାପାତ୍ର, ଜ୍ୟୋତି ରଂଜନ ନାୟକ, ସୁଦୀପ୍ତ ସୁନ୍ଦର ସ୍ବାଇଁ (ଲେଖକ, ନିର୍ଦ୍ଦେଶକ), ସୁପ୍ରିୟା ନାୟକ, ଦେବାଶିଷ, ସତ୍ୟଜିତ୍ ପ୍ରଧାନ, ଜେମସ୍ ସାଫିଉଦ୍ଦିନ୍, ଶିବାନୀ ସଂଗୀତା, ଦିପ୍ତିରେଖା ପାଢ଼ୀ, ସ୍ଵରାଜ ଏବଂ ବବି ମିଶ୍ର ଆଦିଙ୍କ ଅଭିନୟ ଓ କଳା ଦେଖିବାକୁ ମିଳିବ। ଏହି ତାରକାମାନଙ୍କ ବ୍ୟତୀତ କାର୍ଯ୍ୟକ୍ରମର ବିଶେଷ ଅତିଥ ଭାବେ ମହାଶ୍ବେତା ରାୟ ଓ ବରିଷ୍ଠ ଅଭିନେତା କୁନା ତ୍ରିପାଠୀ ଉପସ୍ଥିତ ଅଛନ୍ତି। କାର୍ଯ୍ୟକ୍ରମ ଉପସ୍ଥାପନ କରିଛନ୍ତି ସୁଲଗ୍ନା ରାଉତରାୟ ଓ ଶୁଭମ ବେହେରା। ୧୯ ଜୁନ୍ ସନ୍ଧ୍ୟା ୬:୩୦ ରେ କେବଳ ଷ୍ଟାର୍ କିରଣ ଚ୍ୟାନେଲ୍‌ରେ ଏହି କାର୍ଯ୍ୟକ୍ରମ ପ୍ରସାରଣ ହେବ।

ସମ୍ବନ୍ଧିତ ଖବର