କୁଚିଣ୍ଡା: କୁଚିଣ୍ଡା ବସ୍ଷ୍ଟାଣ୍ଡରେ ଏକ ବାଇକର ଡିକିଭାଙ୍ଗି ୨ ଲକ୍ଷ ୫୦ ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ମହୁଲପାଲି ଥାନା ଟାଙ୍ଗରପାଲି ଗ୍ରାମର ବିପିନ ନାୟକଙ୍କ ଶୁକ୍ରବାର କୁଚିଣ୍ଡା ଷ୍ଟେଟବ୍ୟାଙ୍କ ଶାଖାକୁ ଆସି ୨ ଲକ୍ଷ ୫୦ ହଜାର ଟଙ୍କା ଉଠାଇଥିଲେ।
ସେଠାରୁ ବସଷ୍ଟାଣ୍ଡ ଦୁର୍ଗାମନ୍ଦିର ନିକଟ ଜନଗହଳି ସ୍ଥାନରେ ବାଇକ ରଖି ଔଷଧ କିଣିବାକୁ ଯାଇଥିଲେ। ଓଷଧ ଧରି ଫେରିବା ବେଳେ ତାଙ୍କ ବାଇକ୍ ଡିକି ଭାଙ୍ଗି ଟଙ୍କା ନେଇ ଦୁର୍ବୃତ୍ତମାନେ ଫେରାର୍ ହୋଇଯାଇଥିବା ଜାଣିବାକୁ ପାଇଥିଲେ। ଏ ବାବଦରେ ସେ କୁଚିଣ୍ଡା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।