ଟୋଲପ୍ଲାଜାରେ ଭଙ୍ଗାରୁଜା, ୪ ଆହତ

ଯୋଡ଼ା: ଯୋଡ଼ା ଥାନା ବିଲେଇପଦା‌ ଫାଣ୍ଡି ଅନ୍ତର୍ଗତ କଣ୍ଡରା ଟୋଲ୍‌ପ୍ଲାଜାରେ ଗତକାଲି ଗଣ୍ଡଗୋଳ ସାଙ୍ଗକୁ ବ୍ୟାପକ ଭଙ୍ଗାରୁଜା ହୋଇଛି। ଆକ୍ରମଣରେ ୪ଜଣ ଟୋଲ୍‌ପ୍ଲାଜା କର୍ମଚାରୀ ଆହତ ହୋଇଛନ୍ତି। ସେମାନେ ହେଲେ ସାରଦା ସାମଲ, ସନ୍ତୋଷ ବାରିକ, ପ୍ରତାପ ବାରିକ, ସହଦେବ ସ୍ୱାଇଁ। ଏନେଇ ଟୋଲ୍‌ପ୍ଲାଜା ପରିଚାଳକ ବିଲେଇପଦା ଫାଣ୍ଡିରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ଅମିତ ପଲେଇ ନାମକ ଜଣେ ଯୁବକ ଟୋଲ୍‌ ଟିକସ ନଦେଇ ଚାଲିଯିବାକୁ ଉଦ୍ୟମ କରୁଥିବା ବେଳେ ସେଠାରେ ଥିବା କର୍ମଚାରୀମାନେ ତାଙ୍କୁ ଅଟକାଇ ଥିଲେ। ଏହାକୁ କେନ୍ଦ୍ରକରି କର୍ମଚାରୀଙ୍କ ସହ ଅମିତଙ୍କ ଝଗଡ଼ା ହୋଇଥିଲା। ପରେ ଅମିତ ନିଜର ପ୍ରାୟ ୨୦/୨୫ଜଣ ସମର୍ଥକଙ୍କୁ ନେଇ ଟୋଲ୍‌ପ୍ଲାଜାରେ ପହଞ୍ଚିଥିଲେ। କର୍ମଚାରୀଙ୍କୁ ଆକ୍ରମଣ କରିବା ସହ କମ୍ପ୍ୟୁଟର ଓ ଅନ୍ୟାନ୍ୟ ସାମଗ୍ରୀ ଭଙ୍ଗାରୁଜା କରିଥିଲେ। ଖବର ପାଇ ବିଲେଇପଦା ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ମାମଲାରେ ୬ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର