ସୁନ୍ଦରଗଡ଼ : କଲେଜ ରାସ୍ତାରେ ପଡିଛି ଭଙ୍ଗା ଷ୍ଟ୍ରିଟ ଲାଇଟ୍

ସୁନ୍ଦରଗଡ଼ : ଆଜି ରାତି ୧୦ଟାରେ ସ୍ଥାନୀୟ ସରକାରୀ ମହାଵିଦ୍ୟାଳୟ ଦେଇ ଯାଇଥିବା ମୁଖ୍ୟ ରାସ୍ତାର ଷ୍ଟ୍ରିଟ ଲାଇଟ୍ ଭାଙ୍ଗି ପଡିଛି। ତଳେ ପଡିଥିଲେ ମଧ୍ୟ ଵିଦ୍ୟୁତ ସରଵରାହ ଵିଚ୍ଛିନ୍ନ ହୋଇ ନଥିବାରୁ ଲାଇଟଟି ଜଳୁଥିବା ଦେଖାଯାଇଥିଲା। ରାସ୍ତା କଡରେ ଜୀଵନ୍ତ ଵିଦ୍ୟୁତ ଖୁଣ୍ଟ ପଡି ବିପଦର କାରଣ ହୋଇଥିବାଵେଳେ ବିଦ୍ୟୁତ ଵିଭାଗକୁ ସୂଚନା ଦେଵାର ଘଣ୍ଟାଏ ପରେ ଵି ସେଠାକୁ କେହି ପହଞ୍ଚି ନଥିବା କିମ୍ବା ଵିଦ୍ୟୁତ ସଂଯୋଗ ଵିଚ୍ଛିନ୍ନ କରିନଥିବା ଅଭିଯୋଗ ଆସିଛି।

ସମ୍ବନ୍ଧିତ ଖବର