ଆନନ୍ଦପୁର: ଘସିପୁରା ଥାନା ପ୍ରାଣୀ ଚିକିତ୍ସାଳୟ ନିକଟରୁ ବାଇକ୍ ଡିକି ଭାଙ୍ଗି ୩୦ ହଜାର ଟଙ୍କା ଲୁଟ୍ ହୋଇଛି। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଘସିପୁରା ବ୍ଲକ୍ ବାତୋ ପଞ୍ଚାୟତ କରଡ଼ାପାଳ ଗ୍ରାମର ଶରତ ଚନ୍ଦ୍ର ସାହୁ (୫୨) ଆଜି ପୂର୍ବାହ୍ନ ୧୧ଟା ୪୦ରେ ଆନନ୍ଦପୁର ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ୩୦ ହଜାର ଟଙ୍କା ଉଠାଇଥିଲେ।
ଟଙ୍କା ବ୍ୟାଗକୁ ବାଇକ୍ ଡିକିରେ ରଖିଥିଲେ। ଏହାପରେ ଆନନ୍ଦପୁର ବ୍ୟାରେଜ୍, ଝାଡ଼େଶ୍ବର ମନ୍ଦିର ଦେଇ ଘସିପୁରାରେ ଥିବା ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟକୁ ଆସିଥିଲେ। ସେଠାରେ ଥିବା ଏକ ଦୋକାନରୁ ଗୋଖାଦ୍ୟ କିଣି ବାଇକ୍ ନିକଟକୁ ଫେରିଲା ବେଳକୁ ଡିକିରୁ ଟଙ୍କା ବ୍ୟାଗ୍ ଲୁଟ୍ ହୋଇଥିବା ଜାଣିବାକୁ ପାଇଥିଲେ। ଏନେଇ ସେ ଥାନାରେ ଅଭିଯୋଗ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/14_06_2016-LOOT-1_6.jpg)
