ଚମ୍ପୁଆ: ୧୨ ତାରିଖରେ ହୋଇଥିବା ଲଗାଣ ବର୍ଷାରେ ଚମ୍ପୁଆ ବ୍ଲକ୍‌ ଅଧୀନ ଷଡ଼ଙ୍ଗୀ ଗ୍ରାମର ରମାକାନ୍ତ ନାଏକଙ୍କ ଘରର କାନ୍ଥ ଭୁଶୁଡ଼ି ପଡ଼ିଛି। ରମାକାନ୍ତ ଓ ତାଙ୍କ ସ୍ତ୍ରୀ  ରାତିରେ ଶୋଇ ଥିବା ବେଳେ କାନ୍ଥ ପଡ଼ି ଯାଇଥିଲା। ମାତ୍ର ସେମାନେ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି। ଦୁଇ ବଖରା ଘର ମଧ୍ୟରୁ ଗୋଟିଏ ବଖରାର କାନ୍ଥ ପଡ଼ିଯିବାରୁ ଅନ୍ୟ ବଖରାଟି ମଧ୍ୟ ଭାଙ୍ଗି ଯିବାକୁ ବସିଛି। ଫଳରେ ସ୍ଵାମୀସ୍ତ୍ରୀଙ୍କୁ ବାରଣ୍ଡାରେ ଶୋଇବାକୁ ପଡୁଛି।

Advertisment

ଘର ଭାଙ୍ଗି ଯିବା ଯୋଗୁଁ ରମାକାନ୍ତ ସ୍ଥାନୀୟ ସରପଞ୍ଚଙ୍କୁ ଭେଟି ସରକାରୀ ସହାୟତା ପାଇଁ ଆବେଦନ କରିଥିଲେ। ଆବେଦନ କଲା ପରେ ସରପଞ୍ଚଙ୍କ ସୁପାରିସରେ ଆରଆଇଙ୍କୁ ଜଣାଇ ଥିଲେ। କାନ୍ଥ ପଡ଼ି ଯିବାର ଏକ ସପ୍ତାହ ବିତି ଯାଇଥିଲେ ହେଁ ପ୍ରଶାସନ ତରଫରୁ ସାମାନ୍ୟ ପଲିଥିନଟିଏ ମଧ୍ୟ ମିଳିପାରି ନାହିଁ। ଫଳରେ ରମାକାନ୍ତ ଅସହାୟ ହୋଇ ପଡ଼ିଛନ୍ତି। ଏ ବାବଦରେ ଆର ଆଇ ରତିରଞ୍ଜନ ମହାନ୍ତଙ୍କୁ ପଚାରିବାରୁ ଅଭିଯୋଗ ମିଳିଛି ଖୁବ୍ ଶୀଘ୍ର ରମାକାନ୍ତଙ୍କୁ ପଲିଥିନ ଯୋଗାଇ ଦିଆଯିବ ବୋଲି କହିଛନ୍ତି।