ତାଏକୋଣ୍ଡୋରେ ସମରଜିତଙ୍କୁ ବ୍ରୋଞ୍ଜ

ଆନନ୍ଦପୁର: ଘସିପୁରା ବ୍ଲକ ଗଡ଼ବାନ୍ଧଗୋଡ଼ାର ଶୁଭଙ୍କର ସମରଜିତ୍ ଚକ୍ର ମାଲେସିଆରେ ଅନୁଷ୍ଠିତ ଅନ୍ତର୍ଜାତୀୟ ତାଏକୋଣ୍ଡା ପ୍ରତିଯୋଗିତାରେ ବ୍ରୋଞ୍ଚ ପଦକ ହାସଲ କରିଛନ୍ତି। ନିକଟରେ ଅନୁଷ୍ଠିତ ପ୍ରତିଯୋଗିତାରେ ତାଙ୍କୁ ଏହି ସଫଳତା ମିଳିଛି।

ଓଡ଼ିଶା କୋଚ୍ ଚିନ୍ମୟ କୁମାରଙ୍କ ପ୍ରେରଣାରେ ତାଙ୍କୁ ଏହି ସଫଳତା ମିଳିଛି।  ବିଜେପିନେତା ବିଚିତ୍ର ଚକ୍ରଙ୍କ ପୁଅ ଶୁଭଙ୍କର ଏବେ ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ୩ କଳା ଛାତ୍ର ଅଟନ୍ତି। ତାଙ୍କର ଏହି ସଫଳତାକୁ ନେଇ ଗଡ଼ବାନ୍ଧଗୋଡ଼ାରେ ଆନନ୍ଦ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର