ବେସାହାରା ଜୀବନରେ ରାହା ଖୋଜୁଛନ୍ତି ଚାରି ଅନାଥ ଭାଇଭଉଣୀ

ସିକଲିଂ ରୋଗରେ ପୀଡିତ ଦୁଇ ଭାଇଭଉଣୀ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ବମେଲକୁନ୍ଦେଲ ଗାଁର ପିଣ୍ଡାପଦର ପଡାଠାରେ ମାଁ, ବାପା, ଦେହାନ୍ତ ପରେ ପୁଅଝିଅ ବେସାହାରା ହୋଇପଡିଛନ୍ତି । ପାଖରେ ସହାରା ବୋଲି କେହି ନ ଥିବା ବେଳେ ଦୁଃଖ ଭରା ଜୀବନ କାଟୁଛନ୍ତି । ଏହି ଚାରି ଭାଇଭଉଣୀଙ୍କୁ ପ୍ରତିପୋଷଣ କରିବ କିଏ, ଏମାନଙ୍କ ଭବିଷ୍ୟତ କଣ ହେବ, ଏନେଇ ଅନେକ ପ୍ରଶ୍ନ ଭିତରେ ଘାଣ୍ଟି ହେଉଛନ୍ତି ଚାରି ଭାଇଭଉଣୀ । ପ୍ରପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ବଣପାଡ଼ଘେରା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ମେଲକୁନ୍ଦେଲ ଗାଁର ପିଣ୍ଡାପଦର ପଡାର ହଲଧର ନାଏକଙ୍କ ପରିବାର ଦିନେ ହସଖୁସୀରେ ଛଅପ୍ରାଣୀ ଚଳି ଆସୁଥିଲେ । କିନ୍ତୁ ବିଧିରବିଧାନ ଏହାକୁ ଅବା କିଏ କଣ କରିପାରେ । ଦଇବ ଦିନେ ଏହି ଛଅ ପ୍ରାଣୀଙ୍କ ହସଖୁସୀକୁ ଉଜାଡି ଦେଲା । ଗତ ୨୦୧୫ ମସିହା ସେପ୍ଟେମ୍ବର ୧ ତାରିଖରେ ପରିବାରକୁ ଛାଡି ଆରପାରିକୁ ଚାଲି ଗଲେ ହଲଧର ନାଏକ । ସ୍ଵାମୀ ଙ୍କ ମୃତ୍ୟୁ ପରେ ସ୍ତ୍ରୀ ବାସନ୍ତୀ ପୁଅ ମନୋଜ, ଝିଅ ଵବିତା, ଅବିତା ଓ ଦେବକୀ ସମେତ ୩ ଝିଅ ଓ ଜଣେ ପୁଅଙ୍କୁ ନେଇ କୁଳିମଜୁରୀ କରି ଗୁଜୁରାଣ ମେଣ୍ଟାଉଥିଲେ ।

ମାଁଙ୍କ ଦେହାନ୍ତ ପରେ ବାପା ଚାଲିଗଲେ ଆରପାରିକୁ, ସରକାରୀ ସହାୟତା ଅପେକ୍ଷା ଭାଇଭଉଣୀ

ଗତ ଜୁଲାଇ ୩୧ ତାରିଖ ଦିନ ବାସନ୍ତି ନାଏକ ସବୁ ଦିନ ପାଇଁ ଆଖି ବୁଜି ଦେଲେ । ମାଁଙ୍କ ଦେହାନ୍ତ ପରେ ଏବେ ତିନି ଭଉଣୀ ଜଣେ ଭାଇ ଅନାଥ ହୋଇ ଦୁଃଖରେ ଭାଙ୍ଗିପଡ଼ିଛନ୍ତି । ଗାଁରେ ଜମି ବାଡ଼ି କହିଲେ କିଛି ନାହିଁ । ଚାଳ ଘରେ ରହି ଚାରି ଭାଇଭଉଣୀ ଦିନ କାଟୁଛନ୍ତି । ବବିତା ଓ ମନୋଜ ନାଏକ, ସିକଲିଂ ରୋଗରେ ଆକ୍ରାନ୍ତ ଥିବା ଯୋଗୁଁ ଜୀବନ ପ୍ରତି ବିପଦର ଆଶଙ୍କା ରହିଛି । ପାଖରେ ଟଙ୍କା ପଇସା ନ ଥିବାରୁ ଚିକିତ୍ସା ମଧ୍ୟ ହୋଇ ପାରୁନାହିଁ । ଗୋଟିଏ ପଟେ ଖାଇବାକୁ ମୁଳିନଥିବା ବେଳେ ଅନ୍ୟପଟେ କିଭଳି ଚିକିତ୍ସା ପାଇଁ ଟଙ୍କା ଆଣିବେ ସେ ନେଇ ଭାଲେଣି ପଡି ଯାଇଛି । ଭଉଣୀ ଅବିତା ନାଏକ ଦଶମଶ୍ରୀଣୀ ପାଠପଢି ପାସକରି ଘରେ ରହିଛନ୍ତି । ସବାସାନ ଭଉଁଣୀ ଦେବକୀ ନାଏକ ସପ୍ତମ ଶ୍ରୀଣୀରେ ପାଠପଡୁଛିନ୍ତି । ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ ଏମାନଙ୍କ ଭବିଷ୍ୟତ ଅନ୍ଦାର୍ ଆଢ଼ରେ ଠେଳି ହୋଇ ଯାଇଛି । ବେସାହାର ଜୀବନରେ ରାହାଖୋଜୁଛନ୍ତି ଏହି ଚାରିଜଣ ନିରିହ ଅନାଥ ପୁଅ ଝିଅ । ଗତ କିଛି ଦିନ ତଳେ ବିଶ୍ୱ ମାନବ ଅଧିକାର ସୁରକ୍ଷା ସଂଗଠନ କଳାହାଣ୍ଡି ଶାଖାର ସାଧାରଣ ସମ୍ପାଦକ ତୁଳମଣି ନାଗ ଏହି ଚାରି ଆନାଥଙ୍କ ପାଖକୁ ଯାଇ ସୁବିଧା ଅସୁବିଧା ଉପରେ ଆଲୋଚନା କରିଥିଲେ । ଜିଲ୍ଲା ପ୍ରଶାସନ ତୁରନ୍ତ ଏହି ୪ ଅନାଥଙ୍କ ପାଖକୁ ପହଞ୍ଚି ଏମାନଙ୍କ ରହିବା, ଖାଇବା ଓ ପାଠ ପଢ଼ାର ବ୍ୟବସ୍ଥା କରିବାକୁ ସାଧାରଣ ରେ ଦାବୀ ହୋଇଛି ।

ସମ୍ବନ୍ଧିତ ଖବର