କୋଇଡ଼ା/ବଣାଇଁ : ଗତକାଲି ସୁନ୍ଦରଗଡ଼ ଜିଲ୍ଲାର ଲହୁଣିପଡ଼ା ବ୍ଲକ୍ ଶସ୍ୟକଳା ପଞ୍ଚାୟତ ଅନ୍ତର୍ଗତ ଦମାଳୁ ଗାଁରେ ଶିଶୁ ଭାଇ ଭଉଣୀଙ୍କ ମୃତ୍ୟୁ ଘଟଣାକୁ ନେଇ ସ୍ଥିତି ସରଗରମ ରହିଛି। ସେମାନଙ୍କର ମୃତ୍ୟୁ କୌଣସି ଏକ ଅଜଣା ରୋଗରେ ଘଟିଛି ବୋଲି ପ୍ରଶାସନ ସଫେଇ ଦେଉଥିବାବେଳେ ପୁଷ୍ଟିହୀନତା ବା ଚିକିତ୍ସା ଅଭାବ କାରଣରୁ ସେମାନଙ୍କର ଜୀବନ ଯାଇଛି ବୋଲି ବିରୋଧୀମାନେ କହୁଛନ୍ତି। ସେମାନେ କୌଣସି କ୍ବାକ୍ ଠାରୁ ଔଷଧ ଖାଇ ମୃତ୍ୟୁବରଣ କରିଥିବା ମଧ୍ୟ ଚର୍ଚ୍ଚା ହେଉଛି।
/sambad/media/post_attachments/wp-content/uploads/2021/09/koida3.jpg)
ଇନ୍ଦି ତୁରୀଙ୍କ ପରିବାର ରୋଗରେ ପୀଡ଼ିତ ହେବାପରେ ସେ ଅଞ୍ଚଳରେ କୌଣସି ସରକାରୀ ସ୍ବାସ୍ଥ୍ୟସେବା ମିଳୁ ନଥିବାରୁ ସେମାନେ ଗତ ଦୁଇଦିନ ତଳେ ସେ ଅଞ୍ଚଳରେ ବୁଲୁଥିବା କ୍ବାକଙ୍କ ଠାରୁ ଔଷଧ ଓ ଇଂଜେକସନ୍ ନେଇଥିଲେ। ଭୁଲ୍ ଚିକିତ୍ସା ଯୋଗୁଁ ସେମାନଙ୍କ ଅବସ୍ଥା ଅଧିକ ଗୁରୁତର ହୋଇଥିଲା। ଦିନ ୧୧ଟା ୧୫ ମିନିଟରୁ ପଡ଼ୋଶୀମାନେ ୧୦୮ ଆମ୍ଭୁଲାନ୍ସ ସେବା ଲାଗି ବାରମ୍ବାର ଫୋନ କରିବା ସତ୍ତ୍ବେ ଆମ୍ବୁଲାନ୍ସ ଆସିନଥିଲା। ତା’ରି ଭିତରେ ପ୍ରଥମେ ବଡ଼ପୁଅର ମୃତ୍ୟୁ ଘଟିଥିଲା। ପରିବାର ଲୋକେ ଶବକୁ ପୋତି ଦେଇଥିଲେ। କିଛି ସମୟରେ ପରେ ଝିଅର ମଧ୍ୟ ମୃତ୍ୟୁ ଘଟିଥିଲା।
/sambad/media/post_attachments/wp-content/uploads/2021/09/koida2.jpg)
ବିଧବା ମହିଳା ଇନ୍ଦୀ ତୁରୀଙ୍କର ଦୁଇଟି ପିଲାଙ୍କର ମୃତ୍ୟୁ ଘଟିବା ଖବର ଗଣମାଧ୍ୟମରେ ବାହାରିବା ପରେ ଆଜି ଦମାଳୁରେ ସକାଳୁ ସକାଳୁ ସରକାରୀ ଅଧିକାରୀମାନଙ୍କର ପଟୁଆର ଦେଖିବାକୁ ମିଳିଥିଲା। ବରସୁଆଁ ଠାରୁ ଶଶ୍ୟକଳା ପଞ୍ଚାୟତ ଯିବା ବଡ଼ରାସ୍ତାରୁ ଦମାଳୁ ଗାଁକୁ ଆଉ ରାସ୍ତା ନାହିଁ। ଆଜି ବାଧ୍ୟବାଧକତାରେ ଗାଁକୁ ଯାଇଥିବା ସରକାରୀ ଅଧିକାରୀମାନେ ଅଧକିଲୋମିଟରରୁ ଅଧିକ ବାଟ ପଚ୍ପଚ୍ କାଦୁଅରେ ଚାଲି ଚାଲି ଯାଇଥିଲେ। ଗାଁର ଏକ ସ୍କୁଲରେ ସ୍ବାସ୍ଥ୍ୟ ଶିବିର ସ୍ଥାପନ କରି ସବୁ ପିଲାଙ୍କ ସମେତ ଗାଁ ଲୋକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ରକ୍ତ ନମୁନା ସଂଗ୍ରହ କରି ଔଷଧ ଦେଇଥିଲେ। ମୋଟ୍ ୨୦୪ ଜଣଙ୍କର ମ୍ୟାଲେରିଆ, କୋଭିଡ, ଡେଙ୍ଗୁ ଏବଂ ଅନ୍ୟାନ୍ୟ ରୋଗ ଉପରେ ପରୀକ୍ଷା କରିବା ପରେ ସମସ୍ତଙ୍କର ରିପୋର୍ଟ ନେଗେଟିଭ ବାହାରି ଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/koida.jpg)