ଦେଶର ସୁରକ୍ଷା ପାଇଁ ନୂଆଖାଇରେ ଘରକୁ ଆସିପାରିଲେନି ଭାଇ-ଭଉଣୀ

ସମ୍ବଲପୁର: ପ୍ରଥମରେ ଦେଶର ସୁରକ୍ଷା ଏହା ପରେ ପରିବାରର ଖୁସି | କିଛି ଏଭଳି କାହାଣୀ ଏବେ ଦୁଇ ଭାଇ-ଭଉଣୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି | କେତେବେଳେ ଆସିବେ ଭାଇ-ଭଉଣୀ | ସେମାନଙ୍କ ଫେରିବା ବାଟକୁ ଚାହିଁବସିଥିଲେ ସମ୍ବଲପୁରର ଖାଡିଆ ପରିବାର | ଭାଇ-ଭଉଣୀ ଆସିବେ, ନୂଆ ପୋଷାକ ପିନ୍ଧିବେ ଓ ସମସ୍ତଙ୍କ ସହ ମିଶି ନୂଆ ଖାଇବେ | କିନ୍ତୁ ଦେଶର ସୁରକ୍ଷା ପାଇଁ ଭାରତୀୟ ସେନାରେ ମୁତୟନ ହୋଇଥିବା ଭାଇ-ଭଉଣୀ ନୂଆଖାଇରେ ଘରକୁ ଆସିପାରିନାହାନ୍ତି |

ସେମାନଙ୍କ ଅନୁପସ୍ଥିତିରେ କଲେ ଦେଶର ସୁରକ୍ଷା ପାଇଁ ବିପଦ ଆସିଯିବ ଏହି କଥା ଚିନ୍ତା କରି ପରିବାରର ସମସ୍ତେ ନୂଆଖାଇ ପାଳନ କରିଥିବାବେଳେ ଘରକୁ ଆସିପାରିନାହାନ୍ତି ଭାଇ ଓ ଭଉଣୀ | ମିଳିଥିବା ସୂଚନା ମୁତାବକ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇକୁ ନେଇ ସବୁଠି ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା |

କିନ୍ତୁ ସମ୍ବଲପୁରର ଶୁଭକାନ୍ତି ଖାଡିଆ ଓ ତାଙ୍କ ଭଉଣୀ ବିଏସଏଫ ବା ସୀମା ସୁରକ୍ଷା ବଳରେ ଭାରତ-ବାଂଲାଦେଶ ସୀମାରେ ମୁତୟନ ଅଛନ୍ତି | ଦେଶର ସୁରକ୍ଷା ପାଇଁ ଏହି ଭାଇ ଭଉଣୀ ଘରକୁ ଛୁଟିରେ ଆସିପାରିନାହାନ୍ତି | ତେବେ ସୀମାରୁ ଦୁଇ ଭାଇଭଉଣୀ ସମସ୍ତଙ୍କୁ ନୂଆଖାଇର ବାର୍ତ୍ତା ଦେବା ସହ ଆସନ୍ତା ବର୍ଷ ପରିବାର ସହ ନୂଆଖାଇ ପାଳନ କରିବେ ବୋଲି କହିଛନ୍ତି |

ସମ୍ବନ୍ଧିତ ଖବର