ନଦୀରେ ଗାଧୋଉଥିବା ବେଳେ ବୁଡ଼ିଗଲେ ଭାଇ-ଭଉଣୀ

ଫୁଲବାଣୀ: ନଦୀରେ ଗାଧୋଉଥିବା ବେଳେ ବୁଡ଼ିଯାଇ ଦୁଇ ଭାଇ ଭଉଣୀଙ୍କର ମୃତ୍ୟୁ ହୋଇଛଛି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅନ୍ତର୍ଗତ ଛତିଝର ଗ୍ରାମରେ। ଯୁଜିଷ୍ଟିର ଦେହୁରୀଙ୍କ ଦୁଇ ଝିଅ ଓ ପୁଅ ଆଜି ନିଜ ବଡ଼ ମା’ଙ୍କ ସାଙ୍ଗରେ ପାଖ ଶାଲୁଙ୍କି ନଦୀକୁ ଗାଧୋଇବାକୁ ଯାଇଥିଲେ। ସେଠାରେ ଗାଧୋଉଥିବା ବେଳେ ଗୋଡଖସି ପାଣିରେ ବୁଡ଼ି ଯାଇଥିଲେ। ବହୁ ଖୋଜା ଖୋଜି ପରେ କିଛି ଦୂରରେ କିଛି ଲୋକମାନେ ପିଲା ଦୁଇଜଣ ପିଲା ଭାସୁଥିବାର ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ସେମାନଙ୍କୁ ଉଦ୍ଧାର କରି ଟିକାବାଲି ଗୋଷ୍ଠୀ ସ୍ୟାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇଥିଲେ। ଡାକ୍ତର ଦେଖି ଦୁଇ ନାବାଳିକ ଭାଇ ଓ ଭଉଣୀଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ପାଇ ଟିକାବାଲି ପୁଲିସ ପହଞ୍ଚି ଏକ ମାମାଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି । ଏହି ଘଟଣା ପରେ ସାରା ଟିକାବାଲି ଅଞ୍ଚରେ ଶୋକର ଛାୟା ଖେଳିଜାଇଛି।

ସମ୍ବନ୍ଧିତ ଖବର