ପୋଖରୀରେ ବୁଡ଼ି ଭାଇ, ଭଉଣୀ ମୃତ

ବୈପାରିଗୁଡ଼ା : କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଅନ୍ତର୍ଗତ ରାମଗିରି ଗ୍ରାମରେ ଆଜି ଅପରାହ୍ନରେ ଅଭାବନୀୟ ଘଟଣା ଘଟିଛି। ପୋଖରୀରେ ବୁଡ଼ି ଭାଇ, ଭଉଣୀ ପ୍ରାଣ ହରାଇଛନ୍ତି। ସେମାନେ ହେଲେ ସ୍ଥାନୀୟ ବରୁଣ ଗୌଡ଼ଙ୍କ ପୁଅ କାହ୍ନା ଗୌଡ଼ (୬ବର୍ଷ) ଓ ଝିଅ ଲକ୍ଷ୍ମୀ ଗୌଡ଼ (୪ବର୍ଷ)। ନିଜ ଫାର୍ମରେ କାର୍ଯ୍ୟ ବ୍ୟସ୍ତ ଯୋଗୁଁ ବାପା ବରୁଣ ଗୌଡ଼ ଅନ୍ୟମନସ୍କ ଥିଲେ। ଏହାର ସୁଯୋଗ ନେଇ ଉଭୟ ଶିଶୁ ପାଣିରେ ପଶି ଆଉ ବାହାରି ପାରି ନଥିବା କୁହାଯାଉଛି। ଅପରପକ୍ଷରେ ଅକାଳରେ ଦୁଇ ସନ୍ତାନଙ୍କୁ ହରାଇ ପରିବାର ଲୋକ ସ୍ତବ୍ଧ ହୋଇଯାଇଥିବା ବେଳେ ଗାଁରେ ଶୋକର ଛାୟା ଖେଳି ଯାଇଛି।

ସମ୍ବନ୍ଧିତ ଖବର