ଘୁ.ଉଦୟଗିରି: କଳିଙ୍ଗା ପଂଚାୟତର କୁରୁମିଙ୍ଗିଆ ଗ୍ରାମରେ ଭାଇର ଟାଙ୍ଗିଆ ଚୋଟରେ ଭାଇ ଆହତ ହୋଇଥିବା ସୂଚନା ମିଳିଛି। ପ୍ରାପ୍ତ ସୂଚନାନୁସାରେ କୁରୁମିଙ୍ଗିଆ ଗ୍ରାମର ବିନୋଦ ସାହୁ ନିଜ ବଡବାପା ପୁଅ ଭାଇ କିନର ସାହୁର ଟାଙ୍ଗିଆ ଚୋଟରେ ଆହତ କରିଛି । ଆହତ ପରେ ବିନୋଦ ସାହୁଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଆଜି ଅପରାହ୍ଣରେ ବିନୋଦ ଘରେ ଥିବା ବେଳେ ତାଙ୍କ ବଡବାପାଙ୍କୁ ହାଣିବାକୁ କିନର ଏକ ଟାଙ୍ଗିଆ ଧରି ଉଦ୍ୟମ କରୁଥିବା ବେଳେ ବିନୋଦ ବାଧା ଦେଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ କିନର ବିନୋଦକୁ ଟାଙ୍ଗିଆରେ ଚୋଟ ପକାଇଥିଲେ। ଯାହାଫଳରେ ବିନୋଦଙ୍କ ମୁଣ୍ଡରେ ଆଘାତ ଲାଗି ରକ୍ତ ଶ୍ରାବ ହେବାରୁ ଘର ଲୋକ ତାଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସିତ କରାଇଥିଲେ ମୁଣ୍ଡରେ ଚାରୋଟି ଷ୍ଟିଚ ପଡିଥିଲା। ସନ୍ଧ୍ୟାରେ ବିନୋଦ ସ୍ଥାନୀୟ ଥାନାରେ ଏକ ଲିଖିତ ମାମଲା ଦେବାପରେ ସ୍ଥାନୀୟ ଥାନା ଆଇଆଇସି ଧିରାଜ ଲେଙ୍କା ଥାନା କେଶ ନଂ ୧୨୯/୧୯ଧାରା୩୪୧,୩୨୩,୩୨୪,୩୨୬ରେ ଏକ ମାମଲା ରୁଜୁ କରି ସ୍ଥାନୀୟ ଥାନାର ମହିଳା ଏସଆଇ କୌଶଲ୍ୟା ବେହେରାଙ୍କୁ ତଦନ୍ତ ଭାର ଦେଇଛନ୍ତି। ଖବର ଲେଖା ହେଲା ବେଳକୁ ପୋଲିସ ଅଭିଯୁକ୍ତ କିନର ସାହୁକୁ ଖୋଜିବା ପାଇଁ ତଦନ୍ତ ଜାରି ରଖିଛି ।
ଘୁ.ଉଦୟଗିରି: ଭାଇର ଟାଙ୍ଗିଆ ଚୋଟରେ ଭାଇ ଆହତ
/sambad/media/post_attachments/wp-content/uploads/2019/12/ତନିିିିିିିିିିିିି54ନି5ନ4ି56ି4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)