ବ୍ରହ୍ମପୁର: ଅନ୍ତର୍ଜାତୀୟ ମହିଳା ଦିବସରେ ମହିଳାଙ୍କୁ ହତ୍ୟା। ଭାଇବୋହୂଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ ଦେଢ଼ଶୁର। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ବାଲିପଡ଼ା ଗ୍ରାମରେ। ବାଲିପଡ଼ା ଗାଁର ଜଣେ ବିଧବା ମହିଳା ସୁମନ ବିଶୋଇ (୫୦)ଙ୍କୁ  ତାଙ୍କ ସମ୍ପର୍କୀୟ ଦେଢ଼ଶୁର ଠେଙ୍ଗାରେ ପିଟିପିଟି ହତ୍ୟା କରିଛନ୍ତି।

Advertisment

ସୂଚନା ଅନୁସାରେ, ଆଜି ସୁମନ ବିଶୋଇ ବିଲକୁ ମୁଗ ତୋଳିବାକୁ ଯାଇଥିବା ବେଳେ ସେଠାରେ ଜମିବାବଦକୁ ନେଇ ତାଙ୍କ ସମ୍ପର୍କୀୟ ଦେଢ଼ଶୁରଙ୍କ ସହ ବଚସା ହୋଇଥିଲା। ଏହାପରେ ଉତକ୍ଷିପ୍ତ ହୋଇ ତାଙ୍କ ସମ୍ପର୍କୀୟ ଦେଢ଼ଶୁର ଠେଙ୍ଗାରେ ପିଟିପିଟି ହତ୍ୟା କରିଛନ୍ତି। ଖବର ପାଇ ବ୍ରହ୍ମପୁର ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତକ ମହିଳା ଜଣଙ୍କୁ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି।