ବାଲେଶ୍ୱର : ଜେଲ୍‌ ବ୍ୟାରେକ୍‌ରେ ବ୍ରାଉନ୍‌ସୁଗାର କାରବାର, ୪୦.୫ ଗ୍ରାମର ବ୍ରାଉନ୍‌ସୁଗାର ସହ ୨୪ ହଜାର ଟଙ୍କା ଜବତ

ବାଂଲାଦେଶୀ ନାଗରିକ ଚଳାଇଥିଲା ବେପାର

ବାବୁଙ୍କ ନାମରେ ଏକାଧିକ ମାମଲା
ଜେଲ ପରିସରରୁ ଯୋଗାଉଥିଲା ବ୍ରାଉନ୍‌ସୁଗାର

ବାଲେଶ୍ବର : ବାଲେଶ୍ବର ସହଦେବଖୁଣ୍ଟା ଥାନା ପୁଲିସ ବ୍ରାଉନ୍‌ସୁଗାର ଚୋରାଚାଲାଣ ମାମଲାରେ ଜଣେ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ସେକ୍‌ ବାବୁ ଖାନ୍। ତାଙ୍କ ଠାରୁ ୪୦.୫ ଗ୍ରାମର ବ୍ରାଉନ୍‌ସୁଗର ସହ ୨୪ ହଜାର ୧୦ ଟଙ୍କା ଜବତ କରାଯାଇଛି। ଜବତ ବ୍ରାଉନ୍‌ସୁଗରର ମୂଲ୍ୟ ୪୦ ଲକ୍ଷରୁ ଅଧିକ ଟଙ୍କା ହେବ। ‌ବାବୁ ନାମରେ ୧୦ରୁ ଅଧିକ ମାମଲା ରହିଛି।

ସୂଚନା ଅନୁସାରେ, ବାବୁ ବାଲେଶ୍ବର ଜେଲରେ ବିଚାରଧୀନ କୟଦୀ ଭାବେ ସଜା କାଟୁଥିଲେ। ସଜା ପୂରଣ ହୋଇଥିଲେ ବି ସେ ନିଜ ଦେଶକୁ ଯିବା ପାଇଁ ଉପଯୁକ୍ତ କାଗଜପତ୍ର ଦେଖାଇ ନପାରିବାରୁ ଜେଲ୍‌ ପରିସର କାରାଗାର ବାହାରେ ଥିବା ବ୍ୟାରେକ୍‌ରେ ରହୁଥିଲେ। ଆଜି ସନ୍ଧ୍ୟା ୮ଟା ସମୟ‌ରେ ‌ଗେଟ୍‌ ସମ୍ମୁଖରେ ସେ ବ୍ରାଉନ୍‌ସୁଗର ଚାଲାଣ କରୁଥିବା ନେଇ ପୁଲିସ ଜାଣିପାରି ଗିରଫ କରିଥିଲା। ସିଟି ଡିଏସ୍‌ପି ମନୋଜ କୁମାର ରାଉତ, ସହଦେବଖୁଣ୍ଟା ଥାନା ଅଧିକାରୀ କୃଷ୍ଣ ଚନ୍ଦ୍ର ପଲେଇ, ଏସ୍‌ଆଇ ବିରଞ୍ଚି ସାହୁ, ଏସ୍‌ଆଇ ନୀଳମଣି ନାୟକଙ୍କ ସମେତ ଅନ୍ୟ ପୁଲିସ କର୍ମଚାରୀ ଏଥିରେ ସାମିଲ ଥିଲେ।

ସମ୍ବନ୍ଧିତ ଖବର