ଖୋର୍ଦ୍ଧା: ଗୁରୁଜଙ୍ଗରୁ ୧୭ ଗ୍ରାମ୍ ବ୍ରାଉନସୁଗାର ଜବତ, ଜଣେ ଗିରଫ

ଖୋର୍ଦ୍ଧା: କିଛି ଦିନ ତଳେ ବାଲେଶ୍ବରରେ ବିପୁଳ ପରିମାଣର  ବ୍ରାଉନସୁଗାର ଜବତ କରାଯିବାପରେ ଆଜି ଖୋର୍ଦ୍ଧା ଗୁରୁଜଙ୍ଗରୁ ୧୭ ଗ୍ରାମ୍ ବ୍ରାଉନସୁଗାର ଅବକାରୀ ସ୍କ୍ବାଡ ଜବତ କରିଥିବାର ଖବର ମିଳିଛି। ଏହି ଘଟଣାରେ ଜଡ଼ିତ  ଜଣେ ଲୋକଙ୍କୁ ଗିରଫ ମଧ୍ୟ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଖୋର୍ଦ୍ଧାର ଗୁରୁଜଙ୍ଗ ଅଂଚଳରେ ଅବକାରୀ ବିଭାଗ ଚଢଉ କରି  ୧୭ ଗ୍ରାମର ବ୍ରାଉନସୁଗାର ଜବତ କରିଛି । ଚଢାଉ ସମୟରେ ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି।

ଗିରଫ ବ୍ୟକ୍ତିଙ୍କ ନାମ ଛବିନ୍ଦ୍ର ପ୍ରଧାନ ବୋଲି ଜଣାଯାଇଛି। ତାଙ୍କର ବୟସ ୩୦ ବର୍ଷ ଏବଂ ତାଙ୍କ ଘର ଗୁରୁଜଙ୍ଗ ଅଂଚଳରେ ବୋଲି ଜଣାଯାଇଛି।  ଜବତ ହୋଇଥିବା ବ୍ରାଉନସୁଗାରର ମୂଲ୍ୟ ପାଖାପାଖି ୫୦ ହଜାର ଟଙ୍କା ହେବ ବୋଲି ଆକଳନ କରାଯାଉଛି।

ଛବିନ୍ଦ୍ର ପ୍ରଧାନ  ଗତ କିଛି ଦିନ ହେବ ବାଲେଶ୍ବରରୁ ବ୍ରାଉନସୁଗାର ଆଣି ଏଠାରେ ବିକ୍ରି କରୁଥିବାର ଅଭିଯୋଗ ହେବାପରେ ଅବକାରୀ ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର