ଭୁବନେଶ୍ବର: କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଅଂଶୁପା ନିକଟରୁ ଏକ କେଜିରୁ ଉର୍ଦ୍ଧ୍ବ ପରିମାଣର ବ୍ରାଉନସୁଗାର ଜବତ ହୋଇଛି। ଏସଟିଏଫ୍ ଓ କଟକ ପୁଲିସ ମିଳିତ ଭାବେ ଚଢ଼ଉ କରି ବ୍ରାଉନସୁଗାର ଜବତ କରିଛନ୍ତି। ଏହାର ଆନୁମାନିକ ମୂଲ୍ୟ ଏକ କୋଟି ଟଙ୍କାରୁ ଉର୍ଦ୍ଧ୍ବ ବୋଲି କୁହାଯାଉଛି।
ଏହି ମାମଲାରେ ଜୁମେଶ ସାହୁ ଓ ହେମନ୍ତ ପ୍ରଧାନ ନାମକ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଜୁମେଶର ଘର ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କୋଶଳା ଗାଁରେ ଏବଂ ହେମନ୍ତର ଘରେ କଟକ ଜିଲ୍ଲା ଆଠଗଡ଼ ଥାନା ବଡ଼ଭୂମି ଗ୍ରାମରେ ବୋଲି ସୂଚନା ରହିଛି। ସେଦୁହେଁ ଏକ ସାଣ୍ଟ୍ରୋ କାରରେ ୧.୩୩୫ କେଜି ବ୍ରାଉନସୁଗାର ରଖି ଯାଉଥିବା ସମୟରେ ଚଢ଼ଉ କରାଯାଇଥିଲା। ଉଭୟଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି। ୨୦୨୦ ପରଠାରୁ ଏଯାଏ ୬୫ କିଲୋଗ୍ରାମ୍ ଓଜନର ବ୍ରାଉନସୁଗାର ଜବତ କରାଯାଇଥିବା ବେଳେ ଏହି ମାମଲାରେ ୧୬୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/6e6c1f1a-5cb2-4fe8-86af-7783a1fc5414.jpg)