ଢ଼େଙ୍କାନାଳ: ଏସଟିଏଫ ଟିମ୍ ଢେଙ୍କାନାଳରୁ ବିପୁଳ ମାତ୍ରାରେ ବ୍ରାଉନସୁଗାର ଜବତ କରିବା ସହ ଦୁଇ ବେପାରୀଙ୍କୁ ଗିରଫ କରିଥିବାର ଖବର ମିଳିଛି। ଢ଼େଙ୍କାନାଳରୁ ୧ କେଜି ୯୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧ କୋଟିରୁ ଅଧିକ ଟଙ୍କା ହେବ। ଢେଙ୍କାନାଳ ଜିଲ୍ଲା ଘାଟିପିରି ଗାଁ ରାସ୍ତା କଡରେ ଡିଲ ବେଳେ ଧରିଥିଲା ଏସଟିଏଫ।
ଗିରଫ ୨ଜଣ ହେଲେ ରାକେଶ କୁମାର ସାହୁ ଓ ସନ୍ତୋଷ କୁମାର ସାହୁ। ଗତ ଏକ ବର୍ଷ ଭିତରେ ଏସଟିଏଫ ୪୪ କେଜି ବ୍ରାଉନସୁଗାର ଓ ୮୬ କ୍ୱିଣ୍ଟାଲ ୮୧ କେଜି ଗଞ୍ଜେଇ ଜବତ କରିଛି। ଢ଼େଙ୍କାନାଳରୁ ପ୍ରଥମଥର ପାଇଁ ଏତେ ପରିମାଣରେ ବ୍ରାଉନସୁଗାର ଜବତ ହୋଇଥିବା ସୂଚନା ଦେଇଛନ୍ତି ଏସଟିଏଫ ଏସପି।
ଢେଙ୍କାନାଳରୁ ୧ କୋଟିର ବ୍ରାଉନସୁଗାର ଜବତ: ଦୁଇ ବେପାରୀ ଗିରଫ
/sambad/media/post_attachments/wp-content/uploads/2021/12/Two-Brown-Sugar-Seller-Arrested_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)