ଜଳେଶ୍ବରରୁ ଗିରଫ ବେପାରୀଙ୍କଠାରୁ ୨ କୋଟିର ବ୍ରାଉନସୁଗାର ଜବତ, ଜେଲ ଗଲେ ତିନି ଅଭିଯୁକ୍ତ

ଭୁବନେଶ୍ବର : ଗତକାଲି କ୍ରାଇମବ୍ରାଞ୍ଚର ଏସଟିଏଫ୍ ହାତରେ ଧରାପଡ଼ିଥିବା ଜଳେଶ୍ବରର ୩ ବେପାରୀଙ୍କ ପାଖରୁ ୨ କେଜି ୬୬ ଗ୍ରାମର ବ୍ରାଉନସୁଗାର ମିଳିଛି। ଯାହାର ଆନୁମାନିକ ମୂଲ୍ୟ ୨କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି। ଗିରଫ ତିନି ଅଭିଯୁକ୍ତ ହେଲେ, ଏସ୍.କେ ସବଜାନ୍, ବୀରେନ୍ଦ୍ରନାଥ ସାହୁ ଓରଫ୍ ପିଣ୍ଟୁ ଏବଂ କମଳ ଲୋଚନ ଦାସ। ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ଜେଲ ପଠାଇ ଦିଆଯାଇଛି। ଏମାନଙ୍କ ସହ ଆଉ କିଏ ସମ୍ପୃକ୍ତ ଅଛନ୍ତି? କାରବାରର ମାଷ୍ଟରମାଇଣ୍ଡ କିଏ? କାହାକୁ ବିକ୍ରି କରିବାର ଯୋଜନା ଥିଲା, ସେ ସମ୍ପର୍କରେ ଖୋଳତାଡ଼ ଜାରି ରଖିଛି ଏସଟିଏଫ୍।

ସୂଚନାଯୋଗ୍ୟ, ଗତକାଲି ଏସଟିଏଫ୍ ଜଳେଶ୍ବରରେ ଚଢ଼ଉ କରି ତିନି ଜଣଙ୍କୁ ଗିରଫ କରିଥିଲା। ଅନ୍ୟ ଏକ ମାମଲାରେ କଟକ ମଧୁପାଟଣା ଥାନା ପୁଲିସ ଓ ସ୍ପେସାଲ ସ୍କ୍ବାଡ୍ ଚଢ଼ଉ କରି କେଜିଏ ବ୍ରାଉନସୁଗାର ଜବତ କରିଥିଲେ। ଏହି ମାମଲାରେ ଜଗତସିଂହପୁର ଅଞ୍ଚଳର ତିନି ଜଣଙ୍କୁ ଗିରଫ କରାଯାଇଥିଲା। ୨୦୨୦ରୁ ଏଯାଏ ଏସଟିଏଫ୍ ବିଭିନ୍ନ ଜାଗାରେ ଚଢ଼ଉ କରି ୩୨ କେଜି ବ୍ରାଉନସୁଗାର, ୬୬ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିଛି। ନିଶା କାରବାର ମାମଲାରେ ଶହେରୁ ଅଧିକ ବେପାରୀଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର