ଭଦ୍ରକ : ଭଦ୍ରକ ଗ୍ରାମାଂଚଳ ପୁଲିସ ପାଟ୍ରୋଲିଂ ବେଳେ ଏକ ବ୍ରାଉନ ସୁଗାର ରାକେଟକୁ ଠାବ କରିଛି। ଏହି ଟିମରେ ୪ଜଣ ଚୋରା ବ୍ରାଉନ ସୁଗାର ବେପାରୀ ରହିଥିଲେ। ପୁଲିସ ସେମାନଙ୍କ ଗାଡ଼ି ଯାଞ୍ଚ ବେଳେ ସେମାନଙ୍କ ଭିତରୁ ଜଣେ ଡ୍ରଗସ୍ ମାଫିଆ ଦୌଡି ପଳାଇ ଯାଇଥିଲା। ଅନ୍ୟ ତିନି ଜଣ ଡ୍ରଗସ ବେପାରୀଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ଠାରୁ ୧୦ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନ ସୁଗାର ଜବତ କରାଯାଇଛି। ଏଥିସହିତ ସେମାନଙ୍କଠାରୁ ବନ୍ଧୁକ, ଛୁରୀ ଓ ଭୁଜାଲି ଭଳି ମାରଣାସ୍ତ୍ର ମଧ୍ୟ ଜବତ କରାଯାଇଛି। ଏହି ଡ୍ରଗସ ମାଫିଆମାନେ ବାଲେଶ୍ଵରରୁ ଭଦ୍ରକ ଅଭିମୁଖେ ଆସୁଥିଲେ।
/sambad/media/post_attachments/wp-content/uploads/2021/04/brownsugar2.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/brownsugar.jpg)