ଜଳେଶ୍ୱର: ବାଲେଶ୍ବର ଜିଲ୍ଲାର ଜଳେଶ୍ୱର ଥାନା ଅଞ୍ଚଳରେ ପୁଣି ବ୍ରାଉନସୁଗାର ଜବତ କରାଯିବା ସହ ବେପାରୀଙ୍କୁ ଗିରଫ କରାଯାଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଜଳେଶ୍ୱର ଥାନା ଅନ୍ତର୍ଗତ ମହମ୍ମଦ ନଗର ପାଟଣା ପଞ୍ଚାୟତର ଶେକସରାଇ ଗାଁର ସୁକୁମାର ଦାସଗୁପ୍ତା(୪୦) ନାମକ ଜଣେ ଲୋକ ବେଶ କିଛି ଦିନ ଧରି ଗାଁରେ ବ୍ରାଉନସୁଗାର ବେପାର କରି ଆସୁଥିଲେ।
ଏନେଇ ଗ୍ରାମବାସୀମାନେ ତାଙ୍କୁ ତାଗିଦ୍ କରିବା ପରେ ବି ସେ ଏହି କାମ ବନ୍ଦ କରୁ ନ ଥିଲେ। ଏହାଫଳରେ ସୁକୁମାର ଦାସଗୁପ୍ତାଙ୍କୁ ଧରିବା ଲାଗି ଯୋଜନା କରିଥିଲେ। ଆଜି ସକାଳେ ସେ କିଛି ଲୋକଙ୍କୁ ବ୍ରାଉନସୁଗର ବିକ୍ରି କରୁଥିବା ବେଳେ ଗାଁ ଲୋକେ ତାଙ୍କୁ କାବୁ କରିଥିଲେ। ତେବେ ଗ୍ରାମବାସୀଙ୍କୁ ଦେଖି ସୁକୁମାର ଦାସଗୁପ୍ତା ନିଜ ପାଖରେ ଥିବା ବିପୁଳ ପରିମାଣର ବ୍ରାଉନସୁଗର ଫୋଫାଡ଼ି ଦେଇଥିଲେ।
ତାଙ୍କଠାରୁ ୧୦ଟି ପୁଡ଼ିଆ ବ୍ରାଉନସୁଗାର ଜବତ କରିବା ସହ ପୁଲିସକୁ ଏନେଇ ସୂଚନା ଦେଇଥିଲେ। ଖବର ପାଇ ଜଳେଶ୍ୱର ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ସୁକୁମାର ଦାସଗୁପ୍ତାଙ୍କୁ ଗିରଫ କରିଥିଲା। ତାଙ୍କଠାରୁ ୧୦ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/brown-sugar-odisha-bytes-1.jpg)