କଟକରୁ କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର ଜବତ, ୬ ଅଭିଯୁକ୍ତ ଗିରଫ

କଟକ: କଟକରୁ ପୁଣି ବ୍ରାଉନସୁଗାର ଜବତ। ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର ଜବତ ହୋଇଥିବାର ସୂଚନା ମିଳିଛି । ସ୍ପେସାଲ ସ୍କ୍ୱାର୍ଡ ଓ ଲାଲବାଗ ଥାନାର ମିଳିତ ଅପରେସନରେ ବ୍ରାଉନସୁଗାର ଜବତ କରାଯିବା ସହ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ।

ସୂଚନାନୁଯାୟୀ, ଅଭିଯୁକ୍ତମାନେ ଜଳେଶ୍ୱରରୁ ବ୍ରାଉନସୁଗାର ଆଣି ବିଭିନ୍ନ ଅଞ୍ଚଳରେ ବିକୁଥିଲେ। ଜବତ ହୋଇଥିବା ବ୍ରାଉନସୁଗାର ଜଗତସିଂହପୁର, ପୁରୀ ଓ କେନ୍ଦ୍ରାପଡ଼ା ଆଦି ଅଞ୍ଚଳରେ ବିକ୍ରି ହୋଇଥାନ୍ତା। ଏହି ବ୍ରାଉନସୁଗାର କୋଲକାତା ପଟୁ ଜଳେଶ୍ୱର, ବାଲେଶ୍ୱର ଦେଇ ବିଭିନ୍ନ ଅଞ୍ଚଳକୁ ଯାଉଛି। ଏହାସହ ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ଏନେଇ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଆଗକୁ ଟ୍ୱିନସିଟିକୁ ନିଷିଦ୍ଧ ଡ୍ରଗ୍ସମୁକ୍ତ କରିବା ପାଇଁ କମିସନରେଟ ପୁଲିସ ଲକ୍ଷ୍ୟ ରଖିଥିବା ପୋଲିସ କମିସନର କହିଛନ୍ତି।

 

ସମ୍ବନ୍ଧିତ ଖବର