ଜଗତସିଂହପୁର: ଆଳିପିଙ୍ଗଳ ଅଞ୍ଚଳରୁ ବିପୁଳ ମାତ୍ରାରେ ବ୍ରାଉନ ସୁଗାର ଜବତ, ଦୁଇ ଗିରଫ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଆଳିପିଙ୍ଗଳ ଅଞ୍ଚଳରୁ ବିପୁଳ ମାତ୍ରାରେ ବ୍ରାଉନ ସୁଗାର ଜବତ ହେବା ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଳିପିଙ୍ଗଳରୁ୨୦ ଗ୍ରାମ ଓ ପାଟେଣି ଗାଁ ନିକଟସ୍ଥ କୁସିଦାରୁ ୨୭ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି।

ଏହି ଦୁଇଟି ସ୍ଥାନରେ ଜିଲ୍ଲା ଅବକାରୀ ବିଭାଗ ଓ କଟକ ଫ୍ଲାଇଂ ସ୍କ୍ବାଡ୍ ପକ୍ଷରୁ ମିଳିତ ଚଢ଼ଉ କରାଯାଇ ମୋଟ ୪୭ ଗ୍ରାମ ବ୍ରାଉନ ସୁଗାର ଜବତ ହେବା ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ଆଳିପିଙ୍ଗଳର ଦିବ୍ୟ ରଂଜନ ସେଠୀ ଓ ପାଟେଣି ଗାଁର ଦୀପକ କୁମାର ରାଉତ। ଏଦୁହେଁ ଦୀର୍ଘ ଦିନ ହେଲା ବ୍ରାଉନ ସୁଗାର ବିକ୍ରି କରି ଆସୁଥିବା ବେଳେ ଅବକାରୀ ବିଭାଗ ଖବର ପାଇ ଆଜି ସକାଳୁ ଉଭୟ ସ୍ଥାନରେ ଚଢ଼ଉ କରିଥିଲା।

ସମ୍ବନ୍ଧିତ ଖବର