ଜଳେଶ୍ବର: ଜଳେଶ୍ବର ପୁଲିସ ଗତ ୨୪ ତାରିଖ ରାତିରେ ସେଖବାଡ଼ ଅଞ୍ଚଳରୁ ଜଣେ ଚୋରା ବ୍ରାଉନ୍ସୁଗାର ବେପାରୀକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଠାରୁ ୧୦୦ ଗ୍ରାମ ବ୍ରାଉନ୍ସୁଗାର ଜବତ ହୋଇଛି। ଗିରଫ ଅଭିଯୁକ୍ତ ଜଣକ ଶାସନବାଡ଼ ଗ୍ରାମର ସେକ ଆସିରୁଦ୍ଦିନ ଓରଫ୍ ପୁଷୁ ବୋଲି କୁହାଯାଇଛି।
ସେଖବାଡ଼ ନଦୀତଟରେ ଜଣେ ଗ୍ରାହକଙ୍କୁ ବ୍ରାଉନ୍ସୁଗାର ବିକ୍ରି କରିବା ପାଇଁ ସେକ ଆସିରୁଦ୍ଦିନ ମୂଲଚାଲ କରୁଥିବା ନେଇ କୌଣସି ସୂତ୍ରରୁ ପୁଲିସକୁ ଖବର ମିଳିଥିଲା। ଖବର ପାଇ ପୁଲିସ ଚଢ଼ଉ କରି ଅଭିଯୁକ୍ତକୁ ଗିରଫ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/Arrest-2.jpg)