କଣ୍ଟିଗଡ଼ିଆ : ଧର୍ମଶାଳା ଥାନା ବେଣାପୁର ଟୋଲଗେଟ ନିକଟରୁ ଡ୍ରଗ୍ସ ବିକ୍ରି କରୁଥିବା ଜଣେ ଯୁବକକୁ ଅବକାରୀ ପୁଲିସ ଗିରଫ କରିଛି। ଗିରଫ ଯୁବକର ଘର ଧର୍ମଶାଳା ଥାନା ଅନ୍ତର୍ଗତ ବେଣାପୁର ଗ୍ରାମରେ। ରବିବାର ମଧ୍ୟାହ୍ନରେ ଅବକାରୀ ପୁଲିସ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଟୋଲଗେଟ୍ ନିକଟରେ ଛକି ରହିଥିଲେ। ଅଭିଯୁକ୍ତ ଜଣେ ଗ୍ରାହକକୁ ଡ୍ରଗ୍ସ ବିକ୍ରି କରୁଥିବା ସମୟରେ ଅବକାରୀ ପୁଲିସ ତାକୁ ମାଡ଼ି ବସିଥିଲେ। ଅଭିଯୁକ୍ତ ଠାରୁ ଶହେ ଗ୍ରାମର ଧଳା ଜହର ମିଳିଥିବା ବିଶ୍ବସ୍ତସୂତ୍ରରୁ ଜଣାପଡ଼ିଛି। ହେଲେ ଅବକାରୀ ପୁଲିସ କୌଣସି ସୂଚନା ଦେଇନାହିଁ।
ବେଣାପୁର ଟୋଲଗେଟ ନିକଟରୁ ଧଳା ଜହର ଜବତ, ଜଣେ ଗିରଫ
/sambad/media/post_attachments/wp-content/uploads/2020/12/One-arrest-made-in-pregnant-elephant-murder-main.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)