ଜଳେଶ୍ବର : ଜଳେଶ୍ବର ଥାନା ପୁରୁଣା ଓଟି ରୋଡ୍ର ଚାଲନ୍ତୀ ରାସ୍ତାଠାରେ ଅବକାରୀ ଥାନା ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍ ଆଜି ଭୋର୍ରେ ଚଢ଼ଉ କରି ୨ ଶହ ଗ୍ରାମ ବ୍ରାଉନସୁଗାର୍ ଜବତ କରିବା ସହ ଜଣେ ବେପାରୀକୁ ଗିରଫ କରିଛି। ଏଥିସହିତ ଏକ ହୋଣ୍ତା ସିବିଆର୍ ବାଇକ୍ (ଓଡି-୧୧ଏଫ୍-୯୩୮୬) ମଧ୍ୟ ଜବତ ହୋଇଛି। ଜବତ ବ୍ରାଉନସୁଗାର୍ର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।
ଗିରଫ ବେପାରୀ ଜଣକ ମୟୂରଭଞ୍ଜ ଜିଲ୍ଲା ବାରିପଦା ବିଜୟ ରାମଚନ୍ଦ୍ରପୁର ଅଞ୍ଚଳର ସୁକୁରାମ ସିଂଙ୍କ ପୁଅ ସଞ୍ଜୟ କୁମାର ସିଂ(୩୧)। ଅଭିଯୁକ୍ତ ବିରୋଧରେ ଏନ୍ଡିପିଏସ୍ର ଧାରା ୨୧(ବି) ଅନୁଯାୟୀ ଜଳେଶ୍ବର ଅବକାରୀ ଥାନାରେ ପିଆର ନମ୍ବର ୫୫/୨୧-୨୨ରେ ଏକ ମାମଲା ରୁଜୁ କରି ବାଲେଶ୍ବରସ୍ଥିତ ସ୍ପେସାଲ୍ କୋର୍ଟରେ ହାଜର କରାଯାଇଥିଲା। ତେବେ ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲକୁ ପଠାଇ ଦିଆଯାଇଛି। ଏହି ଚଢ଼ଉରେ ଜଳେଶ୍ବର ଅବକାରୀ ଥାନା ଓଆଇସି ଦେବେନ୍ଦ୍ର କୁମାର ବେହେରାଙ୍କ ସମେତ ରାମଚନ୍ଦ୍ର ମହାନ୍ତି, ଶଶିଭୂଷଣ ସ୍ବାଇଁ, ରାଜୀବ କୁମାର ଭଞ୍ଜ ଓ ପିଙ୍କି ମାରାଣ୍ତି ପ୍ରମୁଖ ସାମିଲ ଥିଲେ। ଅଭିଯୁକ୍ତ ଜଳେଶ୍ବରରୁ ବ୍ରାଉନସୁଗାର୍ ନେଇ ବାରିପଦା ସୁନଗଡ଼ିଆ ଯାଉଥିବା ବେଳେ ଧରା ପଡ଼ିଥିବା ଅବକାରୀ ଥାନା ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/Arrest.jpg)