କୋଟିଏ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ଦୁଇ ନିଶା ମାଫିଆ ଗିରଫ

ଭୁବନେଶ୍ବର : କୋଟିଏ ଟଙ୍କାର ଊର୍ଦ୍ଧ୍ବ ମୂଲ୍ୟର ବ୍ରାଉନ୍‌ସୁଗାର ଜବତ ସହ ଦୁଇଜଣ ନିଶା ମାଫିଆକୁ କାବୁ କରିଛି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌। ସେମାନେ ହେଲେ ଖୋର୍ଦ୍ଧା ଟାଉନ୍‌ ଥାନା ଅଞ୍ଚଳର ସଦ୍ଧାର୍ଥ ନାୟକ ଓରଫ ସିଦ୍ଧୁ(୨୩) ଓ ଦେବେନ୍ଦ୍ର ସ୍ବାଇଁ ଓରଫ ରଘୁ(୨୨)। ଏସ୍‌ଟିଏଫ୍‌ ସେମାନଙ୍କ ଠାରୁ ୧କେଜି ୧୫୦ଗ୍ରାମ ବ୍ରାଉନ୍‌ସୁଗାର ଏବଂ ଏକ ବାଇକ୍‌ ଜବତ କରିଛି।

ସୂଚନା ମୁତାବକ, ଶୁକ୍ରବାର ବିଳମ୍ବିତ ରାତିରେ ସିଦ୍ଧୁ ଓ ରଘୁ ଏକ କେଟିଏମ୍‌ ବାଇକ୍‌ରେ ବ୍ରାଉନସୁଗର ନେଇ ଜଟଣୀରୁ ଭୁବନେଶ୍ୱର ଆସୁଥିବା ଏସ୍‌ଟିଏଫ୍‌ ସୂଚନା ପାଇଥିଲା। ଯୋଜନା ମୁତାବକ ସ୍ଥାନୀୟ ପୁଲିସ ଏବଂ ଏସ୍‌ଟିଏଫ୍‌ର ଏକ ଟିମ୍‌ ଖୋର୍ଦ୍ଧା ଟାଉନ୍‌ ଅଞ୍ଚଳରେ ଥିବା ଏକ ନିଛାଟିଆ ରାସ୍ତାରେ ଛକି ବସିଥିଲେ। ବିଳମ୍ବିତ ରାତିରେ ଟିମ୍‌ ଉଭୟଙ୍କୁ ପିଛା କରିଥିଲା। ପୁଲିସ ପିଛା କରୁଥିବା ଜାଣିବା ପରେ ଦୁଇ ମାଫିଆ ଖସିବା ପାଇଁ ଉଦ୍ୟମ କରିଥିଲେ। ହେଲେ ପୂର୍ବରୁ ବିପରୀତ ରାସ୍ତାରେ ଜଗି ବସିଥିବା ଅନ୍ୟ ଏକ ଟିମ୍‌ ବାଇକ୍‌କୁ ଅଟକାଇଥିଲା। ବାଇକ୍‌ ପଛରେ ଥିବା ରଘୁ କୌଶଳକ୍ରମେ ଘଟଣାସ୍ଥଳରୁ ଖସି ପଳାଇଥିଲା। ହେଲେ ସିଦ୍ଧୁକୁ ପୁଲିସ କାବୁ କରିଥିଲା। ତା’ଠାରୁ ଏକ କେଜିରୁ ଅଧିକ ବ୍ରାଉନସୁଗର ସହ ବାଇକ୍‌କୁ ଜବତ କରିଥିଲା। ଜେରା ପରେ ତାକୁ କୋର୍ଟ ଚାଲାଣ କରାଯାଇଛି। ଅନ୍ୟପଟେ ଖସିପଳାଇଥିବା ରଘୁକୁ ଆଜି ଏସ୍‌ଟିଏଫ୍‌ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର