ଅବକାରୀ ଚଢ଼ଉ : ୨୬ ଗ୍ରାମ ବ୍ରାଉନ୍‌ସୁଗାର ଜବତ, ବାଂଲାଦେଶୀ ଶରଣାର୍ଥୀ ମହିଳା ଗିରଫ

ପୁରୀ : ପୁରୀ ଜିଲ୍ଲାପାଳ ବଳୱନ୍ତ ସିଂଙ୍କ ନିର୍ଦ୍ଦେଶ କ୍ରମେ ହୋଇଥିବା ଅବକାରୀ ଚଢ଼ଉ ବେଳେ ପୁରୀ ବଳିଆପଣ୍ଡା ବିନାୟକ ବସ୍ତି ଅଞ୍ଚଳରୁ ଜଣେ ବାଂଲାଦେଶୀ ଶରଣାର୍ଥୀ ମହିଳା ଗିରଫ ହୋଇଛନ୍ତି। ଚଢ଼ଉ ବେଳେ ମହିଳାଙ୍କ ନିକଟରୁ ୨୬ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି। ଏହାର ବଜାର ଦର ପ୍ରାୟ ୩ ଲକ୍ଷ ଟଙ୍କା ହେବ। ଗିରଫ ମହିଳାଙ୍କ ନାମ ଖୁକୁ ମଣ୍ଡଳ(୪୫) ବୋଲି ଜଣାପଡ଼ିଛି। ସେ ଗୋଲଖ ମଣ୍ଡଳଙ୍କ ପତ୍ନୀ। ଖୁକୁ ନିକଟରୁ ଏହି ବ୍ରାଉନସୁଗାର ଜବତ କରି ଅବକାରୀ ବିଭାଗ ଏକ ମାମଲା ରୁଜୁ କରିଛି । ସେହିପରି ଚନ୍ଦନପୁର, ବୀରନରସିଂହପୁର, ବାଣପୁର ଓ ବାଲିନୋଳିଆ ସାହିରେ ଅବକାରୀ ଚଢ଼ଉ କରାଯାଇ ସୁରେନ୍ଦ୍ର ବେହେରା, ରବି ନାୟକ ଏବଂ ବିଜୁ ପ୍ରଧାନକୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ଦୁଇ ଶହ ଲିଟର ଦେଶୀ ମଦ, ୨୧୦୦ ଲିଟର ଗୁଡ଼ ପୋଚ ଏବଂ ମଦରନ୍ଧା ସାମଗ୍ରୀ ଜବତ ହୋଇଛି। ଅବକାରୀ ଅଧୀକ୍ଷକ ଅମରେନ୍ଦ୍ର ଜେନା ଏହାର ନେତୃତ୍ବ ନେଇଥିଲେ।

ସମ୍ବନ୍ଧିତ ଖବର