ଭୁବନେଶ୍ୱର: ସୋମବାର କମିସନ୍‌ରେଟ ପୁଲିସ ଚନ୍ଦନ କୁମାର ବେହେରା (୨୩) ନାମକ ଯୁବକଙ୍କ ଠାରୁ ୧୩ଗ୍ରାମ୍‌ ବ୍ରାଉନ୍‌ ସୁଗାର ଜବତ କରିଛି। ଏହି ମାମଲାରେ ଗିରଫ ହୋଇଥିବା ଚନ୍ଦନଙ୍କ ଘର ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ। ସେ ବ୍ରାଉନ୍‌ସୁଗାର ଚୋରା ଚାଲାଣ କରିବା ଲାଗି ଏକ ଆଇଟେକ୍‌ ଗାଡ଼ିରେ ଯାଉଥିବା ବେଳେ ପୁଲିସ ହାତରେ ଧରାପଡ଼ିଥିଲେ। ଗାଡ଼ି ସହ ୩୦୦ଟି ଛୋଟ ପ୍ୟାକେଟରେ ଭର୍ତ୍ତି ହୋଇଥିବା ବ୍ରାଉନ୍‌ସୁଗାର ମଧ୍ୟ ଜବତ ହୋଇଛି।

Advertisment

publive-image