ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ବରରେ ବ୍ରାଉନ୍ସୁଗାର କାରବାର ଜାରି ରହିଛି । ରାଜଧାନୀରୁ ପୁଣି ବ୍ରାଉନ୍ସୁଗାର ଜବତ ହୋଇଛି। ଏହି ଘଟଣାରେ ଅବକାରୀ ବିଭାଗ
ବ୍ରାଉନ୍ସୁଗାର ବେପାରୀ ସଞ୍ଜୟ ନାୟକକୁ ଗିରଫ କରିଛି।
ଖବର ଅନୁଯାୟୀ, ଗତ କିଛିଦିନ ହେଲା ସଞ୍ଜୟ ନାୟକ ଉପରେ ପୁଲିସ୍ ନଜର ରଖିଥିଲା। ବ୍ରାଉନ୍ସୁଗାର କାରବାର ନେଇ ପୁଲିସ୍ ନିକଟକୁ ଅଭିଯୋଗ ଆସିବା ସଞ୍ଜୟଙ୍କ ଗତିବିଧି ଉପରେ କଡ଼ା ନଜର ରଖାଯାଇଥିଲା । ସଞ୍ଜୟ ପୂର୍ବରୁ ମଧ୍ୟ ବ୍ରାଉନ୍ସୁଗାର ବେପାର ଅଭିଯୋଗରେ ୪ ଥର ଗିରଫ ହୋଇଥିଲେ ।
ଆଉ ଏବେ ପୁଣିଥରେ ତାଙ୍କୁ ପୁଲିସ୍ ଗିରଫ କରିଛି। ଭୁବନେଶ୍ୱର ଅବକାରୀ ବିଭାଗ ସଞ୍ଜୟଙ୍କୁ ଗିରଫ କରିଛି। ତେବେ କେତେ ପରିମାଣର ବ୍ରାଉନ୍ସୁଗାର ଜବତ ହୋଇଛି ସେନେଇ ସୂଚନା ମିଳିନାହିଁ ।