ଖଣ୍ଡପଡା : ଖଣ୍ଡପଡା ବ୍ଲକ ଅଧୀନ ଖଳିସାହି ଗ୍ରାମରେ ବ୍ରାଉନସୁଗାର ବେପାର ଅଭିଯୋଗରେ ଜଣେ ବ୍ୟକ୍ତିକୁ ଗିରଫ କରାଯିବା ସହ କୋର୍ଟଚାଲାଣ କରିଛି ସ୍ଥାନୀୟ ପୁଲିସ। ଗିରଫ ହୋଇଥିବା ବ୍ୟକ୍ତି ଖଳିସାହି ଗ୍ରାମର ୨୯ବର୍ଷୀୟ ଯୁବକ ବାପୁଜୀ ରଣା ଏବଂ ଗ୍ରାମ ଅଧୀନ ଦଶଦୋଳ ପଡିଆରେ ନିଷିଦ୍ଧ ଧଳା ଜହର ବେପାର କରିବାବେଳେ ଖଣ୍ଡପଡା ପୋଲିସ ଏସଆଇ ଶ୍ରଦ୍ଧା ନାୟକଙ୍କ ସହ ଗୋଟିଏ ଟିମ ତାଙ୍କୁ କାବୁ କରିନେଇଥିବା ଜଣାପଡିଛି।
/sambad/media/post_attachments/wp-content/uploads/2021/05/naya.jpg)
ଉକ୍ତ ବ୍ୟକ୍ତିଙ୍କ ଠାରୁ ୧ଗ୍ରାମ ୨୫୦ ମିଲିଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଥିବାବେଳେ ଗୁରୁବାର ପୂର୍ବାହ୍ନରେ ତାକୁ କୋର୍ଟଚାଲାଣ କରାଯାଇଥିବା ଥାନାଧିକାରୀ ବିଶ୍ଵଜିତ ରାଉତରାୟଙ୍କ ଠାରୁ ସୂଚନା ମିଳିଛି। ଖଳିସାହି ଅଞ୍ଚଳରେ ନିଷିଦ୍ଧ ଧଳା ଜହର ବେପାର ବଢୁଥିବା ବେଳେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ଅବକାରୀ ଅଧିକ୍ଷକ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/arrest-a.jpg)