ଏସଟିଏଫ୍ ଦ୍ବାରା ଜଳେଶ୍ବରରୁ ୨ କୋଟି ୪୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ୩ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ଭୁବନେଶ୍ବରର ଏସଟିଏଫ୍ ଟିମ୍ ଦ୍ବାରା ଜଳେଶ୍ବରରୁ ୨ କିଲୋ ୪୦୨ ଗ୍ରାମ୍ ବ୍ରାଉନ ସୁଗାର ଜବତ କରାଯାଇଥିବାର ଖବର ମିଳିଛି। ଏହି ମାମଲାରେ ୩ ଅଭିଯୁକ୍ତ ଗିରଫ ହୋଇଛନ୍ତି।
ଗୁପ୍ତଚରଙ୍କ ସୂଚନା ଆଧାରରେ ଏସଟିଏଫ୍ ଦ୍ବାରା ବାଲେଶ୍ବର ଜିଲ୍ଲାର ଜଳେଶ୍ବର ମାର୍କେଟରେ ଚଢାଉ କରାଯାଇଥିଲା। ସେଠାରେ ଡିଲ୍ ଚାଲିଥିବା ବେଳେ ଏସଟିଏଫ୍ ଟିମ୍ ୨ କିଲୋ ୪୦୨ ଗ୍ରାମ୍ ବ୍ରାଉନ ସୁଗାର ଜବତ କରିଥିଲା।


ଏହି ମାମଲାରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଏମାନଙ୍କ ଭିତରୁ ମୁଖ୍ୟ ଅଭିଯୁକ୍ତ ହେଲା ମମତାଜ୍ ଖାନ୍। ତାର ଘର ଜଳେଶ୍ବର ଥାନା ଅଞ୍ଚଳରେ। ଅପରପକ୍ଷରେ ଅନ୍ୟତମ ଅଭିଯୁକ୍ତ ଉଦୟନାଥ ରଥର ଘର ଜଗତସିଂହପୁର ଥାନା ଅଞ୍ଚଳରେ ଓ ପ୍ରଦୀପ କୁମାର ଦାସର ଘର କଟକ ଜିଲ୍ଲା ବୟାଳିଶିମୌଜା ଅଞ୍ଚଳରେ ବୋଲି ଏସଟିଏଫ୍ ପକ୍ଷରୁ ସୂଚନା ଦିଆଯାଇଛି। ଜବତ ବ୍ରାଉନସୁଗାରର ମୂଲ୍ୟ ୨ କୋଟି ୪୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି। ୨୦୨୦ ମସିହାରୁ ଏଯାବତ୍ ୩୮ କିଲୋଗ୍ରାମ୍ ବ୍ରାଉନ ସୁଗାର ଜବତ କରାଯାଇଥିବାର ସୂଚନା ଦେଇଛି ଏସଟିଏଫ୍।

ସମ୍ବନ୍ଧିତ ଖବର