ତିହିଡ଼ି: କଟକ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ପକ୍ଷରୁ ଆଜି ତିହିଡ଼ି ଥାନା ଗୁଆମାଳରୁ ୧୭୫ ଗ୍ରାମ୍ର ବ୍ରାଉନ୍ସୁଗାର ଜବତ କରାଯାଇଛି। ଯାହାର ମୂଲ୍ୟ ୧୮ ଲକ୍ଷ ଟଙ୍କା ହେବ। ଏଥିରେ ସଂପୃକ୍ତ ଗୁଆମାଳ ଗ୍ରାମର ତପନ କୁମାର ବେହେରାଙ୍କୁ ଗିରଫ କରାଯାଇଛି। ଅବକାରୀ ବିଭାଗର ସୂଚନା ଅନୁଯାୟୀ, ତପନ ବହୁଦିନରୁ ସ୍ଥାନୀୟ ଅଞ୍ଚଳରେ ଚୋରା ମଦ ଓ ଧଳାଜହର କାରବାରରେ ସଂପୃକ୍ତ ଥିଲା।
ଆଜି କେନ୍ଦ୍ରାଞ୍ଚଳ ଅବକାରୀ ନିରୀକ୍ଷକ ଜଗଦୀଶ ସାମଲଙ୍କ ନେତୃତ୍ବରେ ଏସ୍ଆଇ ସୌମ୍ୟର˚ଜନ ସି˚ ଭୋଇ, କନେଷ୍ଟବଳ କିଶୋର ଚନ୍ଦ୍ର ରାଉତ, ଚନ୍ଦ୍ରଭାନୁ ଦାସ, ରାଜେଶ କିସାନ, ସୁରଜ ପାଇକା, ମଧୁସ୍ମିତା ମହନ୍ତ ପ୍ରମୁଖ ତାଙ୍କୁ ଧରିବା ପାଇଁ ଗୁଆମାଳ ବଜାରରେ ଜଗି ରହିଥିଲେ। ତପନ ଏକ ବାଇକ୍ରେ ଆସୁଥିବା ବେଳେ ଅବକାରୀ ଟିମ୍ ତାଙ୍କୁ କାବୁ କରି ନେଇଥିଲା। ଅଭିଯୁକ୍ତଠାରୁ ୧୭୫ ଗ୍ରାମ୍ ବ୍ରାଉନସୁଗାର ସହ ସେ ବ୍ୟବହାର କରୁଥିବା ବାଇକ୍ଟିକୁ ଜବତ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/brown-sugar-odisha-bytes-1.jpg)