ଖୋର୍ଦ୍ଧା: ଦୀର୍ଘ ଦିନ ଧରି ଖୋର୍ଦ୍ଧାରେ ବେଆଇନ କଫ ସିରାପ ନିଶାଦ୍ରବ୍ୟ ଭାବେ ବିକ୍ରି ହେଉଥିବା ନେଇ ଅଭିଯୋଗ ହେଉଥିଲା । ଆଜି ଅବକାରୀ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇ ବିପୁଳ ପରିମାଣରେ କଫ୍ ସିରାପ ସହ ୨୦ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି । ଏହି ମାମଲାରେ ଜଣକୁ ଗିରଫ କରାଯାଇଛି ।
ଖୋର୍ଦ୍ଧା ଅବକାରୀ ଇନ୍ସପେକ୍ଟର ଭୈରବ ସାହୁଙ୍କ ସୂଚନାନୁସାରେ, ଗୁଇନ୍ଦା ସୂତ୍ରରୁ ସୂଚନା ପାଇଁ ଆଜି ସକାଳେ ଖୋର୍ଦ୍ଧା ବିଡିଏ କଲୋନୀରେ ଚଢ଼ଉ କରିଥିଲେ । ସେଠାରେ ରହୁଥିବା ଗୁରୁଜଙ୍ଗର ଅମରେଶ ବେହେରାଙ୍କ ଠାରୁ ୨୦ ଗ୍ରାମ ବ୍ରାଉନ ସୁଗାର ଯାହାର ଆନୁମାନିକ ମୂଲ୍ୟ ୨ଲକ୍ଷ ଟଙ୍କା ହେବ ଜବତ କରାଯାଇଥିଲା । ଏହା ସହ ଏକାଧିକ ପେଟିରେ ୭୦୦ଟି କଫ ସିରାପ ବୋତଲ ମଧ୍ୟ ଜବତ କରାଯିବା ସହ ବିକ୍ରିରୁ ପାଇଥିବା ୪୯,୫୭୦ଟଙ୍କା ଓ ଗୋଟିଏ ୟାମାୟା ମୋଟର ସାଇକଲ ଜବତ କରାଯାଇଛି । ଅଭିଯୁକ୍ତ ଅମରେଶର ସ୍ୱାସ୍ଥ୍ୟ ପରୀକ୍ଷା ପରେ କୋର୍ଟରେ ହାଜର କରାଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/b4874416-4cd9-4d59-af3e-6812cc08f98c.jpg)