ବ୍ରାଉନସୁଗାର ବେପାରରେ ଫାର୍ମାସିଷ୍ଟ, ଇଞ୍ଜିନିୟର : ଚାଲାଣ ବେଳେ ମଧୁପାଟଣାରୁ ଧରାପଡ଼ିଲେ, ୨୩ ଲକ୍ଷର ବ୍ରାଉନ୍‌ସୁଗାର, କାର୍‌ ଜବତ

କଟକ : ଅନ୍ତଃରାଜ୍ୟ ବ୍ରାଉନ୍‌ସୁଗାର କାରବାରରେ ଉଚ୍ଚଶିକ୍ଷିତ ଯୁବକ। ଫାର୍ମାସିଷ୍ଟ ଓ ଇଞ୍ଜିନିୟର ପେଶାରେ ଥିବା ଯୁବକ କରୁଥିଲେ ବ୍ରାଉନ୍‌ସୁଗାର ଚାଲାଣ। ଖୋର୍ଧାରୁ ପାରାଦୀପ ପୋର୍ଟ ଚାଲାଣ କରୁଥିବା ଏହି ରୢାକେଟ୍‌ ଆଜି କଟକ ମଧୁପାଟଣା ଛକରେ ଧରାପଡ଼ିଛି। କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ତିନି ଜଣ ବ୍ୟବସାୟୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି ସୁବ୍ରତ ରଣସି˚ହ(୨୫), ବାବୁ ନାୟକ(୨୪) ଏବ˚ ଅନ୍ତର୍ଯ୍ୟାମୀ ବଳିଆର ସି˚ହ(୨୮)। ସେମାନଙ୍କଠାରୁ ୨୩ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ କରାଯାଇଛି। ଏକ ଟାଟା ଟିଆଗୋ(ଓଡି ୨୧ ଏଫ୍‌ ୨୦୩୬) କାର୍‌ରୁ ୨୨୨ଗ୍ରାମ୍‌ ଓଜନର ବ୍ରାଉନସୁଗାର ଜବତ୍ କରାଯିବା ସହ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସୂଚନାନୁଯାୟୀ, ପୁରୀ ଜିଲ୍ଲା ବଡ଼ଶଙ୍ଖ ଥାନା ଅଞ୍ଚଳର ଅନ୍ତର୍ଯ୍ୟାମୀ ପାରାଦୀପରେ ଫାର୍ମାସିଷ୍ଟ ଭାବେ କାମ କରନ୍ତି। ଇଂଜିନିୟର ସୁବ୍ରତ ରହିଥିବା ବେଳେ ତାଙ୍କ ସହିତ କଟକ ନିଆଳିର ଇଞ୍ଜିନିୟର ବାବୁ ରୁହନ୍ତି। ତେବେ ତିନି ଅଭିଯୁକ୍ତ ପାରାଦୀପରେ ଚାକିରି କରୁଥିବା ବେଳେ ଏକାଠି ଗତ ପ୍ରାୟ ବର୍ଷେ ହେବ ସମସ୍ତେ ମିଳିମିଶି ବ୍ରାଉନ୍‌ସୁଗାର ବ୍ୟବସାୟ ଆରମ୍ଭ କରିଥିଲେ। ଆଜି ଏମାନେ ଖୋର୍ଧା ଜିଲ୍ଲା ନିୟୁ ବସ୍‌ଷ୍ଟାଣ୍ତର ଏକ ଡିଲର‌୍‌ଙ୍କ ନିକଟରୁ ୨୩ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର କିଣିଲା ପରେ ସୁବ୍ରତର ଟାଟା ଟିଆଗୋ ଗାଡ଼ିରେ ପାରାଦୀପ ଯାଉଥିଲେ। ଏ ସ˚କ୍ରାନ୍ତରେ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗର ଡେପୁଟି କମିସନର ରାମଚନ୍ଦ୍ର ପାଲ୍‌ଟା ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲେ। ଆଜି ଭୋର ପ୍ରାୟ ୫ଟା ବେଳେ ମଧୁପାଟଣା ଓଭର ବ୍ରିଜ ତଳେ ଗାଡ଼ି ଅତିକ୍ରମ କରୁଥିବା ବେଳେ ବିଭାଗୀୟ ଅଧିକାରୀ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲେ। ସେଥିରୁ ବ୍ରାଉନ୍‌ସୁଗାର ପ୍ୟାକେଟ୍‌ ଜବତ ହୋଇଥିଲା। ଏମାନେ ପାରାଦୀପ ପୋର୍ଟରେ ବ୍ରାଉନ୍‌ସୁଗାର ପହଞ୍ଚାଇବା ପରେ ସେଠାରେ ପୁଡ଼ିଆ କରି ବ୍ୟବସାୟୀମାନେ ବିକ୍ରି କରୁଥିଲେ। ପୁଡ଼ିଆ ପିଛା ୬୦୦ ଟଙ୍କାରେ ବ୍ରାଉନସୁଗାର ବିକ୍ରି କରାଯାଉଥିବା ତଦନ୍ତରୁ ଜଣାପଡ଼ିଛି। ତେବେ ଏପ୍ରକାର ବେଆଇନ କାରବାରରେ ସଂପୃକ୍ତ ଥିବା ଖୋର୍ଧା ଏବ˚ ପାରାଦୀପର ପ୍ରାୟ ୧୦ଜଣ ଡିଲର‌୍‌ଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ଗିରଫ କରିବାକୁ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗର ୨ଟି ଟିମ୍‌ ସେଠାକୁ ଯାଇଥିବା ସୂଚନା ମିଳିଛି। ଆଜି ଚଢ଼ଉରେ ବୈଜୟନ୍ତୀ ପଣ୍ତାଙ୍କ ନେତୃତ୍ବରେ ଜଗଦୀଶ ଚନ୍ଦ୍ର ସାମଲ, ଗାଲୁରାମ ସୋରେନ୍‌, ଧନଞ୍ଜୟ ପାତ୍ର, କିଶୋର ଚନ୍ଦ୍ର ରାଉତ, ମମତା ଦାସ ଏବ˚ ଅର୍ଚ୍ଚନା ନାୟକ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର