୨୫ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଜବତ, ପୁଲିସ ହାତରୁ ବ୍ୟବସାୟୀ ଚମ୍ପଟ

ଜଳେଶ୍ଵର: ବାଲେଶ୍ଵର ଜିଲାର ଜଳେଶ୍ଵର ଏବେ ବ୍ରାଉନ ସୁଗାରର ହବ୍‌ ପାଲଟିଛି। ଦିନକୁ ଦିନ ଏଠାରେ ବଢ଼ିବାରେ ଲାଗିଛି ବ୍ରାଉନ ସୁଗାର କାରବାର । ଜଳେଶ୍ଵର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ସୀମାନ୍ତରେ ଥିବାରୁ ପ୍ରତ୍ୟେକ ଦିନ ବିଭିନ୍ନ ଉପାୟରେ ବାଂଙ୍ଗଲାଦେଶ ଏବଂ ପଶ୍ଚିମବଙ୍ଗରୁ ବ୍ରାଉନ ସୁଗାର ଏଠାକୁ ଆସିଥାଏ ଏବଂ ଏଠାରୁ ପୁଣି ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଇଥାଏ।

ଆଜି ବିଶେଷ ସୁତ୍ରରୁ ଖବର ପାଇ, ଝାଡେଶ୍ବରପୁର ବସ୍ତିର ଶେଖ କୁଟ୍ଟାଙ୍କ ଘର ଉପରେ ଜଳେଶ୍ଵର ଥାନା ଆଇଆଇସି ମାନସ କୁମାର ଦେଓଙ୍କ ନେତୃତ୍ୱରେ ଏକ ଟିମ୍‌ ଦ୍ବାରା ଢ଼ାଉ କରାଯାଇଥିଲା । ଚଢାଉ ସମୟରେ ପୁଲିସ ୨୫୦ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ବ୍ୟବସାୟୀ ଶେଖ୍ କୁଟ୍ଟାକୁ ଧରିଥିଲା, ମାତ୍ର କୁଟ୍ଟା କୌଶଳ କ୍ରମେ ଚମ୍ପଟ ମାରିବାରେ ସଫଳ ହୋଇଥିଲା । ପୁଲିସ କୁଟାକୁ ଧରିବା ପାଇଁ ପ୍ରୟାସ କରି ବିଫଳ ହୋଇଥିଲା। ପୁଲିସ ଜବତ କରିଥିବା ବ୍ରାଉନ ସୁଗାରର ଆନୁମାନିକ ମୁଲ୍ୟ ୨୫ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ତେବେ ଶେଖ୍ କୁଟ୍ଟା ବ୍ରାଉନ ସୁଗାର କେଉଁ ଠାରୁ ଆଣୁଥିଲା ଏବଂ କେଉଁ ଠାରେ ବ୍ୟବସାୟ କରୁଥିଲା ତାହାର ତଦନ୍ତ କରୁଛି ପୁଲିସ । ଚଢାଉ ସମୟରେ ଶ୍ରୀ‌ ଦେଓଙ୍କ ସମେତ ଏଏସ୍‌ ଆଇ ପ୍ରଫୁଲ୍ଲ ଅଟବୁଦ୍ଧି, ଏଏସ୍ଆ‌ଇ ସତ୍ୟ ନାରାୟଣ ବଳ, ସମେତ ଅନ୍ୟାନ୍ୟ ପୁଲିସ ଅଧିକାରୀ ତଥା କର୍ମଚାରୀ ସାମିଲ ଥିଲେ।l

ସମ୍ବନ୍ଧିତ ଖବର