୩ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ

କଟକ : କଟକ ଅବକାରୀ ଫ୍ଲାଇ˚ ସ୍କ୍ବାଡ୍‌ ଭୁବନେଶ୍ବରରେ ଆଜି ବଡ଼ ଧରଣର ଚଢ଼ଉ କରିଛି। ହଳଦୀପଡ଼ିଆ ବସ୍ତିରେ ଚଢ଼ଉ କରି ୨୦ ଗ୍ରାମର ବ୍ରାଉନ୍‌ସୁଗାର ଜବତ କରିବା ସହ ଜଣକୁ ଗିରଫ କରିଛି। ଅଭିଯୁକ୍ତ ହେଉଛି ଦିଲ୍ଲୀପ କୁମାର ବେହେରା। ଜବତ ବ୍ରାଉନ୍‌ସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୩ ଲକ୍ଷ ହେବ ବୋଲି କୁହାଯାଉଛି। ସେହିପରି ଆଉ ଏକ ଚଢ଼ଉ ସାଲିଆସାହି ବସ୍ତିରେ କରାଯିବା ସହ ସେଠାରୁ ୪୦ ଲିଟର ମଦ ଜବତ କରାଯାଇଛି। ଜବତ ମଦ ପ୍ରାୟ ୪ ହଜାର ଟଙ୍କାର ହେବ ବୋଲି ଆକଳନ କରାଯାଉଛି। ଏହି ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ହେଉଛନ୍ତି ସାଲିଆସାହିର ଅଶୋକ ବେହେରା, ରାକେଶ ମୁର୍ମୁ, ଫୁଲ ହାଁସଦା, ଭରତହରି ପ୍ରଜାପତି। ରାଜ୍ୟ ଫ୍ଲାଇ˚ ସ୍କ୍ବାଡ୍‌ ଆଇଆଇସି ଶରତ ଚନ୍ଦ୍ର ଭଞ୍ଜଙ୍କ ସମେତ ଇନ୍‌ସ୍ପେକ୍ଟର ପ୍ରମୋଦ ପଣ୍ତା, ଏସ୍‌ଆଇ କାଳନ୍ଦୀ ବେହେରା, କମଳା ପାଇକରାୟ, ହିମା˚ଶୁ ମଲ୍ଲିକ, ମଧୁସୁଦନ ସାହୁ ଏବ˚ ଅନ୍ୟ ଅବକାରୀ ଅଫିସରମାନେ ଚଢ଼ଉରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର