ବ୍ରାଉନ୍ସୁଗାର ରାକେଟର ପର୍ଦ୍ଦାଫାସ, କିଙ୍ଗପିନ୍ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ବ୍ରାଉନ୍ସୁଗାର କାରବାର ଏକ ପ୍ରମୁଖ କେନ୍ଦ୍ରରେ ପରିଣତ ହୋଇଛି । ଏକଦା କୋଲକାତାର ଦିଘା, ବାଲେଶ୍ୱରରୁ ଭୁବନେଶ୍ୱର ଦେଇ ଖୋର୍ଦ୍ଧା ବ୍ରାଉନ୍ସୁଗାର ଆସୁଥିଲା, ବର୍ତମାନ ଗଂଜାମର ଗୋପାଳପୁରରୁ ବ୍ରାଉନ୍ସୁଗାର ଆସିବା ଆରମ୍ଭ ହୋଇଛି । ବ୍ରାଉନସୁଗାର ଭଳି ମାରାତ୍ମକ ନିଶାର ଏହି ନୂଆ ରାସ୍ତା ଓ ଏକ ନୂଆ ରାକେଟ୍ ଖୋର୍ଦ୍ଧା ପୁଲିସ ହାତରେ ଧରାପଡ଼ିଛି ।

ପୁଲିସ ଏନେଇ କୌଣସି ସୂଚନା ଗଣମାଧ୍ୟମକୁ ଦେଇନଥିଲେ ମଧ୍ୟ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ଗଂଜାମ ଗୋପାଳପୁର ବନ୍ଦର ନିକଟବର୍ତୀ ଅଂଚଳରେ ରହୁଥିବା ଏକ ଗ୍ୟାଙ୍ଗ୍ର ମୁଖ୍ୟ କାଳୁ ରେଡ୍ଡି ୫ଜଣ ସଦସ୍ୟ ସଦର ଥାନା ପୁଲିସ ହାତରେ ଧରାପଡ଼ିଛନ୍ତି । ଏହି ଗ୍ୟାଙ୍ଗ୍ ଖୋର୍ଦ୍ଧା ଓ ଗଂଜାମ ମଧ୍ୟରେ ବ୍ରାଉନ୍ସୁଗାର କାରବାରରେ ସମ୍ପୃକ୍ତ ଥିବା ସ୍ପଷ୍ଟ ହୋଇଛି । କେବଳ ଏହାନୁହେଁ ସେମାନଙ୍କ ନିକଟରୁ ଉଲ୍ଲେଖନୀୟ ପରିମାଣର ବ୍ରାଉନ୍ସୁଗାର ଜବତ କରାଯାଇଥିବା ଜଣାଯାଇଛି । ଧରାପଡ଼ିଥିବା ଗ୍ୟାଙ୍ଗର ସଦସ୍ୟଙ୍କୁ ପୁଲିସ କୌଣସି ଗୁପ୍ତ ସ୍ଥାନରେ ରଖି ପଚରାଉଚୁରା କରୁଛି । ଏନେଇ ପୁଲିସ ସହ ଯୋଗାଯୋଗ କରିବାରେ ଅଟକ କଥାକୁ ଅସ୍ୱୀକାର କରିଥିଲେ ମଧ୍ୟ ବ୍ରାଉନ୍ସୁଗାର କାରବାର ନେଇ ଏକ ବଡ଼ ଗ୍ୟାଙ୍ଗ ସମ୍ପର୍କରେ ଅନୁସନ୍ଧାନ ଚାଲିଥିବା ଓ ଏହାର ସବିଶେଷ ତଥ୍ୟ ଆସନ୍ତା କାଲି ଦିଆଯିବ ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର