ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ ଆଜି ଭୋର ସମୟରେ ଏକ ବଡ଼ ଧରଣର ଚଢ଼ାଉ କରାଯାଇ ବିପୁଳ ପରିମାଣର ବ୍ରାଉନସୁଗାର ଜବତ ହୋଇଥିବା ଜଣାଯାଇଛି । ପ୍ରାୟ ୩୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ହୋଇଥିବାର ସୂଚନା ମିଳିଛି ।
ପ୍ରାପ୍ତ ସୂଚନା ଅନୁସାରେ, ଆଜି କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ଟିମ୍ ଏବଂ ଜଳେଶ୍ୱର ଅବକାରୀ ଟିମ୍ ମିଳିତଭାବେ ଜଳେଶ୍ୱର ଅଞ୍ଚଳରେ ଶେଖବାଡରେ ଚଢ଼ାଉ କରିଥିଲେ। ସେମାନେ ଶେଖବାଡରେ ଥିବା ସପନ କୁମାର ପ୍ରଧାନଙ୍କ ଘରେ ଚଢ଼ାଉ କରିଥିଲେ। ତା‘ପରେ ତାଙ୍କ ଘରୁ ୩୦୫ ଗ୍ରାମ ଓଜନର ଜବତ ହୋଇଥିବା ବୋଲି ସୂଚନା ମିଳିଛି। ଏହି ବ୍ରାଉନସୁଗାରର ମୂଲ୍ୟ ୩୦ ଲକ୍ଷ ଟଙ୍କା ବୋଲି କୁହାଯାଉଛି।
/sambad/media/post_attachments/wp-content/uploads/2019/10/Balasore-Brown-s1-300x169.jpg)
ଏହି ମାମଲାରେ ଘର ମାଲିକ ସପନ କୁମାର ପ୍ରଧାନଙ୍କୁ ଗିରଫ କରାଯାଇଥିବା ବେଳେ ଏହାର ମୁଖ୍ୟ ବୋଲି କୁହାଯାଉଥିବା ଚୁଇଁ ନାମକ ଯୁବକ ଫେରାର ହୋଇଯାଇଥିବା ଜଣାଯାଇଛି। ଚୁଇଁ ରାଜ୍ୟ ବାହାରୁ ବ୍ରାଉନସୁଗାର ଆଣି କାରବାର କରୁଥିଲା ଏବଂ ଏଥିରେ ସପନ କୁମାର ପ୍ରଧାନ ସହଯୋଗ କରୁଥିବାର ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/Balasore-Brown-s.jpg)